ଦିନ ଦ୍ବିପ୍ରହରରେ ଗାଡି ଡିକି ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ

Published By : Prameya-News7 Bureau | April 29, 2021 IST

ସାଲେପୁର ୨୯/୦୪ :  ଦିନ ଦ୍ୱିପ୍ରହରରେ ସ୍କୁଟି ଡିକି ଭାଙ୍ଗି ଲୁଟ୍ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଚାନ୍ଦବାଲି ରାସ୍ତାର ପାଗା ବଜାରରେ । ଜଗତପୁର ଥାନା ଆତୋଡା ଗାଁର ରାମଚନ୍ଦ୍ର ସାହୁଙ୍କ ସ୍କୁଟି ଡିକି ଭାଙ୍ଗି ୩୦ହଜାର ଟଙ୍କା ଲୁଟିନେିଚନ୍ତି ଦୁର୍ବୃତ୍ତ । ଏ ନେଇ ଜଗତପୁର ଥାନା ପାଗା ଫାଣ୍ଡିରେ ଏକ ମାମଲା ରୁଜୁ କରିଛନ୍ତି ରାମଚନ୍ଦ୍ର । ଅଭିଯୋଗ ଅନୁଯାୟୀ ପାଗା ଫାଣ୍ଡି ପୋଲିସ ବଜାରରେ ଏକ ଦୋକାନରେ ଲାଗିଥିବା ସିସିଟିଭିକୁ ଫୁଟେଜ୍‌କୁ ଯାଞ୍ଚ କରିଛି । ଫୁଟେଜ୍‌ରେ ଏକ କଳା ରଙ୍ଗର ପଲସର ଗାଡ଼ିରେ ଦୁଇଜଣ ଯୁବକ ଟଙ୍କା ବ୍ୟାଗ ସହିତ କାଗଜ ପତ୍ର ନେଇ ଜଗତପୁର ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.