Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପୋଲିସ କବ୍‌ଜାରେ ବାଇକ ଲୁଟେରା ଗ୍ୟାଙ୍ଗ୍ ; ୪ ଗିରଫ, ଏକାଧିକ ଗାଡି ଜବତ

22/11/2020 at 4:37 PM

ଖଲ୍ଲିକୋଟ ୨୨।୧୧ : ଛତ୍ରପୁର ପୋଲିସ ଦ୍ୱାରା ୪ ବାଇକ ଲୁଟେରାଙ୍କୁ ଗିରଫ କରାଯାଇଛି । ଏହାସହିତ ୯ଟି ଗାଡ଼ି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବାଇକ୍‌ ଲୁଟ୍‌ ଚଳାଇଥିଲେ । ଯାହାର ଆଜି ପର୍ଦ୍ଦାଫାଶ କରିଛି ପୋଲିସ ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଛତ୍ରପୁର ଅଞ୍ଚଳରେ ବାଇକ୍‌ ଲୁଟ୍‌ର ଅନେକ ମାମଲା ଆସିଥିଲା । ଯାହାପରେ ଆକ୍ସନ ମୋଡ଼ରେ ଆସିଯାଇଛି ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ୯ଟି ଗାଡ଼ି ଜବତ କରିଛି । ଲୁଟେରା ମାନେ ବାହାର ଜିଲ୍ଲାରେ ମଧ୍ୟ ଲୁଟ୍‌ ମାମଲାରେ ସଂପୃକ୍ତ ଥିଲେ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ପପୁ ହାତି, ସୁରଜ ଖୁଣ୍ଟିଆ, ଅଜିତ ବେହେରା ଓ ରବି ନାରାୟଣ ଖୁଣ୍ଟିଆ।  ଲୁଟେରା ମାନେ ଗାଡି ଚୋରି କରି ଗାଡିର ନମ୍ବର ଓ ବିଭିନ୍ନ ପାର୍ଟ ବଦଳାଇଥିଲେ ବୋଲି  ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଘଟଣାରେ ଆହୁରୀ ତଦନ୍ତ ଜାରି ରହିଛି । ଆଗକୁ ଅନେକ ତଥ୍ୟ ସାମ୍ନାକୁ ଆସିବ ।

   Related Posts