ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ ; ୪ଗିରଫ, ୨୪ବାଇକ ଜବତ

Published By : Prameya-News7 Bureau | November 12, 2020 IST

ବ୍ରହ୍ମଗିରି ୧୨।୧୧: ବାଇକ ଚୋରି ରାକେଟ୍‌ ଗ୍ୟାଙ୍ଗ ଗିରଫ । ଘଟଣାରେ ୪ଜଣଙ୍କୁ ଗିରଫ କରିବା ସହ ୨୪ଟି ଚୋରା ବାଇକ ଜବତ କରିଛି ବ୍ରହ୍ମଗିରି ପୋଲିସ ।

{"id":360539,"sizeSlug":"large"}

ଖବର ଅନୁଯାୟୀ, ଦୀର୍ଘଦିନ ହେବ ବ୍ରହ୍ମଗିରିର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରିର ଅଭିଯୋଗ ଆସୁଥିଲା । ସେବେଠାରୁ ପୋଲିସ ବାଇକ ଚୋରି ରାକେଟ୍‌କୁ ଧରିବା ପାଇଁ ଟିମ୍‌ ଗଠନ କରିଥିଲା । ଶେଷରେ ବାଇକ ରାକେଟକୁ ଧରିବାରେ ସକ୍ଷମ ହୋଇଛି ବ୍ରହ୍ମଗିରି ପୋଲିସ । ୨୪ଟି ଚୋରା ବାଇକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଥିବା ସମସ୍ତ ବାଇକ ବ୍ରହ୍ମଗିରିର  ବାରବାଟୀ, ରେଣ୍ଢା, ନହରପଦା ଏବଂ ମିର୍ଜାପୁର ଅଂଚଳରୁ ବୋଲି ଜଣାପଡିଛି । ବାଇକ ଚୋରି ଅଭିଯୋଗରେ ୪ ଜଣଙ୍କୁ ଆଜି  କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.