ସ୍ପେଶାଲ୍‌ ସ୍କ୍ୱାଡ୍ ପଞ୍ଝାରେ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ

Published By : Prameya-News7 Bureau | October 27, 2021 IST

ଭୁବନେଶ୍ୱର ୨୭।୧୦: ପୋଲିସ କବ୍‌ଜାରେ ଲୁଟେରା । ୬ଜଣ ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ବାଇକ୍‌ ଲୁଟ କରୁଥିଲେ । ଏନେଇ କମିଶନରେଟ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଆକ୍ସନକୁ ଆସିଥିଲେ କମିଶନରେଟ୍‌ ପୋଲିସ । ଏହିକ୍ରମରେ ଆଜି ଚୋରା ସୁନା ବିକ୍ରି କରୁଥିବା ବେଳେ ମାଡ଼ ବସିଲା ସ୍ପେଶାଲ ସ୍କ୍ୱାଡ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣ ସହ ବାଇକ୍‌ ଜବତ କରିଛି ପୋଲିସ । ଭଡ଼ା ଘରେ ରହି ଏହି ସବୁ ଲୁଟ୍‌  କରୁଥିଲେ ଲୁଟେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.