Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ବାଇକ୍ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୫ ଲୁଟେରା ଗିରଫ, ୨୨ଟି ଚୋରା ବାଇକ୍ ଜବତ

3/11/2020 at 1:57 PM

କଟକ ୩।୧୧: ପୁଣି କଟକରେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ବାଦାମବାଡି ଥାନା ପୋଲିସ ୫ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୨୨ଟି ଚୋରା ବାଇକକୁ ଜବତ କରିଛି । ବାଇକ୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରିଙ୍କୁ ଓରଫ କୁଞ୍ଜବିହାରୀ ନାୟକ ପୋଲିସ ହାତରେ ଧରା ପଡିବା ପରେ ଫିଟିଥିଲା ବାଇକ୍ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଅଭିଯୁକ୍ତଙ୍କ ଟାର୍ଗେଟରେ ରହିଥିଲା ହିରୋହୋଣ୍ଡା ଗ୍ଲାମର ବାଇକ୍ । କାରଣ ଏହି ବାଇକ୍ ସହଜରେ ଖୋଲି ଯାଉଥିବା ବେଳେ ଏହି ବାଇକର ଡିମାଣ୍ଡ ମଧ୍ୟ ଅଧିକ ରହୁଥିବା କହିଛି ପୋଲିସ । ସେଥିପାଇଁ କଟକ ସମେତ ବିଭିନ୍ନ ଜିଲ୍ଲାରୁ ଅଭିଯୁକ୍ତମାନେ ବାଇକ୍ ଚୋରି କରି ବିକ୍ରି କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ୍ ସିଂ ।

ଗିରଫ ସମସ୍ତ ଅଭିଯୁକ୍ତମାନଙ୍କର ପେଶା ଥିଲା କେବଳ ବାଇକ୍ ଚୋରି କରିବା । ପୂର୍ବରୁ ବହୁବାର ବାଇକ୍ ଚୋରି କରି ଜେଲ୍ ରୁ ଫେରିଥିଲେ ସୁଦ୍ଧା ଏହି କାମକୁ ଛାଡି ପାରିନାହାନ୍ତି । ତେବେ ଗୋଟିଏ ମାସ ମଧ୍ୟରେ ଜଗତପୁର ଥାନା ପୋଲିସ ଓ ବାଦାମବାଡି ଥାନା ପୋଲିସ ୬୦ଟି ଚୋରା ବାଇକ୍ ଜବତ କରିବା ପୋଲିସ ପାଇଁ ଏକ ବଡ ସଫଳତା । ତେବେ ବାଇକ୍ ଚୋରି ହୋଇଥିବା କିଛି ବାଇକ୍ ମାଲିକମାନଙ୍କୁ ଚିହ୍ନଟ କରି ବାଇକ୍ ଫେରାଇ ଦିଆଯାଇଥିବା ବେଳେ ସବୁ ବାଇକ୍ ଚାଳକମାନେ ଗାଡିର ଡବଲ ଲକ୍ କରି ଗାଡି ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ସହରରୁ ବାଇକ୍ ଚୋରି ରୋକିବା ଉପରେ ପୋଲିସ ଅଧିକ ଫୋକସ ଦେଉଥିବା କହିଛନ୍ତି ଡିସିପି ।

   Related Posts