ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୧୦ ଜଣ ସଦସ୍ୟ ଗିରଫ, ୨୫ମଟର ସାଇକଲ୍‌ ଜବତ

Published By : Prameya-News7 Bureau | October 04, 2019 IST

ବଲାଙ୍ଗୀର ୦୪।୧୦ - ବଲାଙ୍ଗୀର କଣ୍ଟାବାଞ୍ଜି ପୋଲିସ ଅନ୍ତଃଜିଲ୍ଲା ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ  ଗିରଫ କରିଛି ।

ଗତ କିଛି ମାସ ରୁ କଣ୍ଟାବାଞ୍ଜି ଓ ଆଖ ପାଖ ଅଞ୍ଚଳରେ ମୋଟର ସାଇକେଲ ଚୋରି ଘଟଣା  ବୃଦ୍ଧି ପାଇଥିଲା ।  ଭିଡ ଅଞ୍ଚଳରୁ ଏମାନେ ମଟର ସାଇକେଲ୍‌ ଚୋରି କରୁଥିଲେ ।

କଣ୍ଟାବାଞ୍ଜି ପୋଲିସ ଏନେଇ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ  ।,ବଲାଙ୍ଗୀର  ଏସପିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଲୁଟେରାଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରିବାରରେ ସଫଳ ହୋଇଛି ।

ଗିରଫ ମୋଟର ସାଇକେଲ ଚୋର ମାନଙ୍କ ଠାରୁ ୨୫ ଟି ମୋଟର ସାଇକେଲ ଜବତ କରାଯାଇଛି ।  ଏହି ଲୁଟେରାମାନଙ୍କ ନାମରେ ଆଗରୁ ଅନେକ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.