ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗର ୧୩ ସଦସ୍ୟ ଗିରଫ, ୧୭ଟି ଚୋରା ବାଇକ୍ ଜବତ

Published By : Prameya-News7 Bureau | October 25, 2019 IST

କଳାହାଣ୍ଡି ୨୫।୧୦: କଳାହାଣ୍ଡିରେ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଧାଫାଶ ହୋଇଛି । ଲୁଟେରାଙ୍କ ମଧ୍ୟସ୍ତି ସମେତ ୧୩ଜଣଙ୍କୁ ଗିରଫ କରିଛି ମଦନପୁର-ରାମପୁର ପୋଲିସ । ସେମାନଙ୍କଠାରୁ ୧୭ଟି ଚୋରା ବାଇକ୍ ଜବତ ହୋଇଛି । ଏସବୁ ବାଇକ୍ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ଚୋରି କରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ହଜାର ଟଙ୍କାରେ ବିକ୍ରି କରିଥିଲେ ଦୁର୍ବୃତ୍ତ ।

{"id":174616}

ମଦନପୁର-ରାମପୁର ଅଞ୍ଚଳର ମକରଧ୍ବଜ ସାହୁ ଏହି ଚୋରି ମୋଟର ସାଇକେଲ ଗୁଡିକୁ ମଧ୍ୟସ୍ଥି ସାଜି ବିକ୍ରି କରୁଥିଲା । ପୋଲିସ କୌଣସି ସୁତ୍ରରୁ ଖବର ପାଇ ମକରଧ୍ବଜ ସାହୁ ସମେତ ଓ ଚୋରା ବାଇକ କିଣିଥିବା ୧୩ ଜଣଙ୍କୁ ଗିରଫ କରିଛି । କିନ୍ତୁ ପେ।ଲିସ ହାତରୁ ଅଳ୍ପକେ ଖସିଯାଇଛି ମାଷ୍ଟରମାଇଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.