ଧରା ପଡିଲେ ବାଇକ୍ ଲୁଟେରା, ୮ଟି ବାଇକ୍ ଉଦ୍ଧାର

Published By : Prameya-News7 Bureau | October 08, 2021 IST

ପାଟଣାଗଡ ୮।୧୦: ବଲାଙ୍ଗୀର ଜିଲ୍ଲାରେ ଧରା ପଡିଲା ବାଇକ୍ ଲୁଟେରା । ଗିରଫ ଲୁଟେରା ଜଣଙ୍କ ହେଲେ ରିଙ୍କୁ ମେହେର । ତାଙ୍କ ଘର ତୁରେକେଲା ବ୍ଲକ୍ ଲରର୍କି ଗାଁର । ସେ ୧୨ଟି ବାଇକ୍ ଚୋରି କରିଥିବା ସ୍ଵୀକାର କରିଥିବା ବେଳେ ପୋଲିସ ତା ନିକଟରୁ ୮ଟି ବାଇକ୍‌ ଉଦ୍ଧାର କରିଛି । ଏନେଇ ଖପ୍ରାଖୋଲ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ।

{"id":524032,"sizeSlug":"full","linkDestination":"none"}

ପୋଲିସର ସୂଚନା ଅନୁସାରେ ଗତ ଅଗଷ୍ଟ ୧୯ ତାରିଖ ଧଣ୍ଡାମୁଣ୍ଡାର ମାନସ ସାହୁଙ୍କ ଦୋକାନ ଆଗରୁ ବଳଦେବ ସାଗରଙ୍କ ବାଇକ ଚୋରୀ ହୋଇଥିଲା ଏନେଇ ବଳଦେବ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସିସିଟିଭିର ଫୁଟେଜ ଆଧାରରେ ଘଟଣାର ତଦନ୍ତ କରି ବାଇକ୍‌ ଲୁଟେରାକୁ ଧରିବାରେ ସଫଳ ହୋଇଛି । ତଦନ୍ତ ପରେ ୧୨ଟି ବାଇକ୍‌ ବିଭିନ୍ନ ଜାଗାରୁ ଚୋରି କରିଥିବା ନେଇ ପୋଲିସ ଆଗରେ ସ୍ଵୀକାର କରିଛି ଅଭିଯୁକ୍ତ ରିଙ୍କୁ ମେହେର । ସେ ମଧ୍ୟରୁ ୮ଟି ଚୋରି ବାଇକ୍‌ ଉଦ୍ଧାର କରିଛି ପୋଲିସ । ତେବେ ଅନ୍ୟ ୪ଟି ବାଇକ୍‌ ଖୁବ୍‌ ଶୀଘ୍ର ଉଦ୍ଧାର କରାଯିବ ବୋଲି ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.