ବାଇକ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୫ ଲୁଟେରା ଗିରଫ, ୧୯ଟି ବାଇକ୍ ଓ ଗୋଟିଏ କାର୍ ଜବତ

Published By : Prameya-News7 Bureau | October 02, 2020 IST

ଖୋର୍ଦ୍ଧା ୨।୧୦: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ଧରାପଡିଛି । ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏହି ଗ୍ୟାଙ୍ଗକୁ ଧରିଲା ପୋଲିସ ।

{"id":337479,"sizeSlug":"large"}

ସୂଚନା ଅନୁସାରେ ଖୋର୍ଦ୍ଧା ଅଂଚଳରେ ସକ୍ରିୟ ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ଟି ବାଇକ୍ ଓ ଗୋଟିଏ କାର୍ ଜବତ କରିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

{"id":337480,"sizeSlug":"large"}

ଚୋରମାନେ ବାଇକ୍ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲଗାଉଥିଲେ । ଗିରଫ ଚୋରମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ସୁନାଖଳା ଅଂଚଳର ଅନୀଲ ସାହୁ, ଜିତେଶ ସାହୁ, ଅଭିରାମ ସାହୁ, ଅଭିଜିତ ବରାଳ ଏବଂ ତବୀର ଖାନ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.