ଓଏଲଏକ୍ସରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟୁଥିଲେ ଗାଡି : ଜବତ ହୋଇଛି ୨୫ ଗାଡି, ଜଣେ ଗିରଫ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭/୪ : ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାର୍ଡ ହାତରେ ଧରାପଡିଛି ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟ କରୁଥିବା ଲୁଟେରା । ଦୀର୍ଘଦିନ ହେଲା ସେ ପୁଲିସକୁ ଚକମା ଦେଇ ଭୁବନେଶ୍ବର ଓ କଟକରୁ ଅନେକ ଗାଡି ଲୁଟ କରିଥିଲା । ପୁଲିସ ତାର ଜଣେ ସହଯୋଗୀ ଗ୍ୟାରେଜ୍ ମିସ୍ତ୍ରୀକୁ ବି ଧରିଛି । ସେମାନଙ୍କ ନିକଟରୁ ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରାଯାଇଛି । ପୁଲିସ ଏମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ଚେଷ୍ଟା ଜାରି ରଖିଛି । …

{"id":108117}


ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାର୍ଡ ହାତରେ ଧରାପଡିଲା ଗାଡି ଲୁଟେରା । ଟେଷ୍ଟ ଡ୍ରାଇଭ୍ ନାଁରେ ଲୁଟ୍ କରିଥିଲା ୫୦ରୁ ଅଧିକ ଗାଡି । ଲୁଟ୍ର ତରିକା ବି ଥିଲା ଭିନ୍ନ । OLX ରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ସଂପୃକ୍ତ ବିକ୍ରେତାଙ୍କ ସହ ଯୋଗାଯୋଗ କରୁଥିଲା ଅମିତ । ଗାଡି କିଣିବା ନାଁରେ ସମ୍ପର୍କ ସ୍ଥାପନ କରି ଟେଷ୍ଟ ଡ୍ରାଇଭ ପାଇଁ ଗାଡି ମାଗୁଥିଲା ।

{"id":108118}

ଏହାପରେ ଗାଡିନେଇ ଛୁ ମାରୁଥିଲା । ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଇନଫୋସିଟି, ସହିଦନଗର ସହ କଟକ ଏବଂ ବ୍ରହ୍ମପୁରରରୁ ଏପରି ୫୦ରୁ ଅଧିକ ଗାଡି ଲୁଟି ନେଇଥିଲା । ତାକୁ ଧରିବା ପାଇଁ ଜାଲ ବିଛାଇ ଥିଲା ସ୍ପେସାଲ୍ ସ୍କ୍ବାର୍ଡ । ସିସିଟିଭି ଫୁଟେଜ୍ ଆଧାରରେ ତାର ଗତିବିଧି ଉପରେ ନଜର ରଖାଯାଇଥିଲା । ସ୍ପେସଲ୍ ସ୍କ୍ବାର୍ଡର ଜଣେ ଅଧିକାରୀ ଗାଡି କିଣିବା ବାହାନାରେ ତାକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

{"id":108119}


ଗିରଫ ଠକର ନାଁ ଅମିତ୍ ପାତ୍ର । ପଚରା ଉଚରା ପରେ ଜଣା ପଡିଛି ଯେ ସେ ଏହି ଗାଡିସବୁ ନେଇ ନୟାଗଡର ଏକ ଗ୍ୟାରେଜ୍ ମିସ୍ତ୍ରୀକୁ ୧୦ ରୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଉଥିଲା । ପୁଲିସ ତାର ବୟାନକୁ ଆଧାର କରି ସଂପୃକ୍ତ ଗ୍ୟାରେଜ୍ ମିସ୍ତ୍ରୀକୁ ବି ଧରିଛି । ଏବେ ସୁଦ୍ଧା ଜିଲ୍ଲା ଓ ଜିଲ୍ଲା ବାହାରୁ ୨୫ରୁ ଅଧିକ ଗାଡି ଜବତ କରାଯାଇଛି ।

{"id":108120}


ଅମିତ୍ ଏକାଏକା ଏହି ସବୁ ଗାଡି ଲୁଟୁଥିଲା ନା ତା ଗ୍ୟାଙ୍ଗରେ ଆଉ କେହି ସାମିଲ ଅଛନ୍ତି ତାର ତଦନ୍ତ କରୁଛି କମିଶନରେଟ୍ ପୋଲିସ । ବାକି ଗାଡିଗୁଡିକ ଉଦ୍ଧାର ପାଇଁ ପୋଲିସର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ….

{"id":108122}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.