ଟେଷ୍ଟ୍ ଡ୍ରାଇଭ୍ ନାଁରେ ବାଇକ୍ ଲୁଟ୍, ସ୍ପେଶାଲ୍‌ ସ୍କ୍ବାଡ୍ ହାତରେ ଧରାପଡିଲା ଓଏଲଏକ୍ସ ଠକ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ଟେଷ୍ଟ ଡ୍ରାଇଭ ନାଁରେ ଗାଡି ଲୁଟ୍ କରୁଥିବା ‘ଓଏଲଏକ୍ସ ଠକ’ ଏବେ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ୍ ହାତରେ ଧରାପଡିଛି । ଦୀର୍ଘଦିନ ହେଲା ସେ ପୋଲିସକୁ ଚକମା ଦେଇ ଭୁବନେଶ୍ବର ଓ କଟକରୁ ଘନଘନ ଗାଡି ଲୁଟ୍ କରିଥିଲା । ପୋଲିସ ତା’ ନିକଟରୁ ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରିଛି । ପୋଲିସ ତାକୁ ଏକ ଅଜ୍ଞାନ୍ତ ସ୍ଥାନରେ ରଖି ପୋଲିସ ପଚରାଉଚରା କରୁଛି ।

{"id":107870,"align":"center","width":396,"height":528}

ସୂଚନା ଅନୁସାରେ, କିଛଦିନ ତଳେ ଶହୀଦନଗର ଅଂଚଳରୁ ଟେଷ୍ଟ୍ ଡ୍ରାଇଭ ନାଁରେ ଏକ ଗାଡି ଲୁଟ୍ ହୋଇଥିଲା । ସେହିପରି ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଂଚଳରୁ ମଧ୍ୟ ଏଭଳି ଏକାଧିକ ଗାଡି ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଭାର ସ୍ପେଶାଲ ସ୍କ୍ବାର୍ଡକୁ ଦିଆଯାଇଥିଲା । ସ୍ପେଶାଲ ସ୍କ୍ବାର୍ଡ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ପୋଲିସ ପେଶାଦାର ଓଏଲଏକ୍ସ ଲୁଟେରା ମନୋଜ ପାତ୍ରର ଗତିବିଧି ଉପରେ ନଜର ରଖିଥିଲା । ପରେ ପୋଲିସ ତାକୁ ହେପାଜତକୁ ନେଇ ଜେରା କରିବା ପରେ ‘ଓଏଲଏକ୍ସ’ ଠକ ଗ୍ୟାଙ୍ଗ ସମ୍ପର୍କରେ ସୁରାକ ପାଇଥିଲା ।

{"id":107871}

ପୋଲିସ ବୁଧବାର ରାତିରେ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ସେ ଭୁବନେଶ୍ବର ଓ କଟକରୁ ପାଖାପାଖି ୫୦ରୁ ଅଧିକ ଗାଡି ଲୁଟ୍ କରିଥିବା ସ୍ବୀକାର କରିଥିଲା । ପୋଲିସ ତା’ ବୟାନକୁ ଆଧାର କରି ଲୁଟ୍ ଗାଡିକୁ ଜବତ ପ୍ରକ୍ରିୟା ଆରମ୍ଭ କରିଛି । ଜିଲ୍ଲା ଓ ଜିଲ୍ଲା ବାହାରେ କମିଶନରେଟ୍ ପୋଲିସ ଚଢଉ କରି ପାଖାପାଖି ୨୫ରୁ ଅଧିକ ଗାଡି ଜବତ କରିସାରିଲାଣି । କମିଶନରେଟର ୪ରୁ ଅଧିକ ଟିମ୍ ଏବେ ଜିଲ୍ଲା ବାହାରେ ଡେରା ପକାଇଛି ।

ଅଭିଯୁକ୍ତ ଜଣକ ଓଏଲଏକ୍ସରେ ଦିଆଯାଉଥିବା ବିଜ୍ଞାପନକୁ ଆଧାର କରି ସଂପୃକ୍ତ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥାଏ । ପରେ ଗାଡି କିଣିବା ନାଁରେ ଆସି ଟେଷ୍ଟ୍ ଡ୍ରାଇଭ କରିବା ବାହାନାରେ ଲୁଟ୍ କରିଥାଏ । ଏହିଭଳି ଭାବେ ଭୁବନେଶ୍ବର ଓ କଟକରୁ ଏକାଧିକ ଗାଡି ଲୁଟ୍ ହେବା ପରେ  ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.