ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ବାଇକ, ଦୁଇ ବାଇକ ଆରୋହୀ ମୃତ
3/02/2019 at 10:14 AM

ରାଉରକେଲା ୩/୨ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ବେଲ୍ଡ଼ହି ଠାରେ ଗତ କାଲି ବିଳମ୍ବିତ ରାତିରେ ମର୍ମନ୍ଦୁତ ସଡ଼କ ଦୁର୍ଘଟଣା ହୋଇଥିଲା । ବାଇକ ଆରୋହି ଭାରସାମ୍ୟ ହରାଇ ଟ୍ରକକୁ ସାମ୍ନା ପଟେ ପିଟିବାରୁ ବାଇକରେ ଥିବା ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁଇ ମୃତକ ଯୁବକଙ୍କର ପରିଚୟ ମିଳିନାହିଁ । ବେଲ୍ଡ଼ହି ପଟ୍ରୋଲ ପମ୍ପରୁ ଟ୍ରକ ବାହାରୁଥିବା ବେଳେ ସୁନ୍ଦରଗଡ଼ ପଟୁ ରାଉରକେଲା ପଟକୁ ଯାଉଥିଲା ବାଇକ |

ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଚିଂ ଶବ ଜବତ କରି ରାଉରକେଲା ସରକାରୀ ଡ଼।କ୍ତରଖାନାରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇ ମୃତକଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣା ଘଟିଥିବା ବାଇକର ନମ୍ବର ଆଧାରରେ ପରିଚୟ ମିଳିଯିବ ବୋଲି ପୋଲିସ କହିଛି ।
Related Posts
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021