ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍ ; ୨ ମୃତ,୧ ଗୁରୁତର
19/08/2018 at 9:06 AM

କାମାକ୍ଷାନଗର ୧୯/୮ : ଢେଙ୍କାନାଳ ଜିଲ୍ଲା ତୁମୁଶିଙ୍ଗ ଥାନା ମହୁଲି ପଞ୍ଚଶଖା ରାଇସ ମିଲ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ଦୁଇଜଣ ହେଲେ ଭୁଲୁ ଓ ଟୁଟୁ | ସମସ୍ତଙ୍କୁ ୧୦୮ ଆମ୍ବୁଲାନସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଭୁଲୁ ଓ ଟୁଟୁଙ୍କୁ ମୃତ ଘୋଷଣା କରିଛନ୍ତି । ଗୁରୁତର ଜଣକ ହେଲେ କହ୍ନେଇ ବେହେରା । ସମସ୍ତଙ୍କ ଘର କାମାକ୍ଷାନଗର ଥାନା ଅାଳତୁ୍ମା ଗ୍ରାମରେ ବୋଲି ଜଣା ପଡିଛି । ସମସ୍ତେ ଏକ ପଲସର ବାଇକ ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ ଆଡକୁ ଯାଉଥିବା ସମୟରେ ରାଇସ ମିଲ ନିକଟରେ ଦୁର୍ଘଟଣା ହୋଇଛି। କାମାକ୍ଷାନଗର ମେଡିକାଲ ପରିସରରେ ଏହାକୁ ନେଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021