ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ

Published By : Prameya-News7 Bureau | November 14, 2021 IST

ଦାରିଙ୍ଗବାଡି, ୧୪/୧୧   କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଁ ନିକଟରେ ଥିବା ପ୍ରଧାନ ଢାବା ପାଖରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଆରୋହୀ ପ୍ରାଣ ହରାଇଛନ୍ତି ।ଏହାସହ ଅନ୍ୟ ଜଣେ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଏକ ବାଇକରେ ୩ ଜଣ ଯୁବକ ଜି ଉଦୟଗିରିରୁ ରାଇକିଆ ଅଭିମୁଖେ ଆସୁଥିଲେ । ତେବେ ପ୍ରଧାନ ଢାବା ନିକଟରେ ସେମାନଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଏଥିରେ ୨ ଜଣ ପ୍ରାଣ ହରାଇଥିଲେ । ମୃତକ ଦ୍ୱୟ ହେଲେ  ଭାଲିଆପଡା ଗ୍ରାମର ଅଭିଷେକ ନାୟକ ଓ ପାଜିମାହା ଗ୍ରାମର କିରଣ ପ୍ରଧାନ । ଗୁରୁତର ଜଣଙ୍କ ଅମିତ ଦିଗାଲ ବୋଲି ଜଣାପଡିଛି ।ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.