ଭୋଜି ଖାଇ ଫେରୁଥିବା ବେଳେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ
14/12/2020 at 9:08 AM

ବଲାଙ୍ଗୀର,୧୪/୧୨: ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ଥାନା ସାଲେପଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତକ ଦୁଇଜଣ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦେବେନ ସାହିପଡାର ପ୍ରହଲ୍ଲାଦ ରାଉତ(୫୫) ଓ ପରଦେଶୀପଡାର ପ୍ରଦୀପ କୁମାର ପାଣି(୫୦) । ସେମାନେ ଭବାନୀପାଟଣା ବ୍ଲକ ବୋର୍ଡା ଗାଁର ଏକ ବିବାହ ଭୋଜିରେ ଯୋଗଦେବାକୁ ଆସିଥିଲେ । ଭୋଜି ଖାଇ ବାଇକ ଯୋଗେ(ଓଡି୦୮ଏମ୍୪୧୬୯) ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।
ତେବେ ସୋମବାର ସକାଳେ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ଏମାନଙ୍କୁ ଦେଖି ସିନେ୍ଧକେଲା ପୋଲିସକୁ ସୂଚନା ଦେଇଥିଲେ । ପରେ ସିନେ୍ଧକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଇଛି। ଏନେଇ ସିନେ୍ଧକେଲା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି ପୋଲିସ ।