ବାଇକ୍‌ ଦୁର୍ଘଟଣାରେ ଫୁଲବାଣୀ ନ୍ୟୁଜ୍ ସେଭେନ୍‌ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ

Published By : Prameya-News7 Bureau | August 12, 2020 IST

ଫୁଲବାଣୀ୧୨/୮: ବାଇକ୍‌ ଦୁର୍ଘଟଣାରେ  ଆଜି ଫୁଲବାଣୀ ନ୍ୟୁଜ ସେଭେନ୍ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶାଶୁଘର ଖଜୁରିପଡାରେ ରାଜୁ ତାଙ୍କୁ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଏକ ଗଛ ଦେହରେ ବାଇକ୍ ବାଡେଇ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇବା ପରେ ଖଜୁରିପଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରାଜୁ ଗତ ୪ ବର୍ଷ ହେଲା ନ୍ୟୁଜ ସେଭେନ୍‌ର କ୍ୟାମେରାମ୍ୟାନ ଭାବେ ଫୁଲବାଣୀରେ କାମ କରୁଥିଲେ। ସେ ଜଣେ ମେଳାପି ଯୁବକ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଦୁଃଖରେ ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁରେ ନ୍ୟୁଜ ସେଭେନ ଚ୍ୟାନେଲରେ ସମସ୍ତ କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.