ଓଭରଟେକ କରିବା ପଡିଲା ମହଙ୍ଗା : ଟ୍ରକ ସହ ଘଷି ହୋଇଗଲା ବାଇକ, ୩ ଗୁରୁତର

Published By : Prameya-News7 Bureau | May 24, 2020 IST

ଭଦ୍ରକ ୨୪।୦୫ : ବାଇକ ଥିଲେ ୩ ଜଣ , ଦ୍ରୁତଗତିରେ ଟ୍ରକକୁ ପଛରୁ ଓଭରଟେକ କରୁଥିଲେ , କିନ୍ତୁ ସାମ୍ନାରୁ ଆସିଗଲା କାର । ଆଉ ଭାରସାମ୍ୟ ରଖିପାରିଲେ ନାହିଁ ଗାଡି ସହ ଓଲଟି ପଡିଲେ ୩ ଜଣ ଯୁବକ । ଅଗ୍ନିଶମ ବାହିନୀ ଉଦ୍ଧାର କରି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

{"id":275248,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁତର ତିନି ଯୁବକ ଭଦ୍ରକ ସହରର ଚରମ୍ପା ଅଞ୍ଚଳର । ସେମାନେ ୧୬ ନମ୍ବର ଜାତୀୟ ରାଜପଥ ରେ ସାଙ୍ଗ ହୋଇ ଏକ ସ୍କୁଟିରେ ନିଜ ଘରକୁ ଫେରୁଥିଲେ । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ଥିବା ବେଳେ ଏମାନେ ଏକ ଟ୍ରକକୁ ରାହାଞ୍ଜ ନିକଟରେ ଓଭରଟେକ କରିବା ସମୟରେ ସାମ୍ନାରୁ ଏକ କାର ଆସିଥିଲା । ଯାହାଫଳରେ ଏମାନେ ଭାରସାମ୍ୟ ହରାଇ ଟ୍ରକରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ସେମାନଙ୍କୁ ଭଦ୍ରକ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତିନି ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.