ବାଇକକୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଆରୋହୀ ମୃତ

Published By : Prameya-News7 Bureau | December 07, 2020 IST

ରଙ୍ଗେଇଲୁଣ୍ଡା, ୦୭/୧୨:ଗଞ୍ଜାମ ଜିଲ୍ଲା  ଗୋଳନ୍ଥରା ଥାନା ଅଧୀନ ଦାସପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି । ଏହାସହ ବାଇକ୍‌ରେ ବସିଥିବା ଆନ୍ୟ ଜଣେ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମୃତକ ହେଲେ ସ୍ଥାନୀୟ ରଙ୍ଗିପୁର ପଞ୍ଚାୟତ ଆମ୍ବପୁର ଗ୍ରାମର ଦୀନବନ୍ଧୁ ସେଠୀ । ଆହତ ଜଣକ ରମେଶ ଦାସ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଦୀନବନ୍ଧୁ ଓ ରମେଶ ଆମ୍ବପୁର ଗ୍ରାମରୁ କୌଣସି ଏକ କାମରେ ଏକ ହୋଣ୍ଡା ସାଇନ୍‌ ବାଇକ୍‌ ଯୋଗେ ପଦ୍ମପୁର ଯାଉଥିଲେ । ତେବେ ଦାସପୁର ଛକ ବୁଲାଣିରେ କୌଣସି ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଏପରିକି ବାଇକ୍‌ଟି ବିଲ ମଧ୍ୟକୁ ଛିଟିକି ପଡ଼ିଥିଲା । ସେହି ରାସ୍ତା ଦେଇ ଯାତାୟାତ କରୁଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଦୀନବନ୍ଧୁଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ରମେଶ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଗୋଳନ୍ଥରା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.