ଭାରସାମ୍ୟ ହରାଇ କେନାଲରେ ଖସିପଡିଲା ବାଇକ୍, ଜଣେ ମୃତ
17/06/2020 at 2:36 PM

କଳାହାଣ୍ଡି ୧୭।୦୬: କେନାଲରେ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଖଲିଆଭଟ୍ଟା ମତୁଆଲଗୁଡା କେନାଲରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲରେ ଖସିପଡିଲା ବାଇକ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ଜୁନାଗଡ଼ ବ୍ଲକ ମାଳିଗୁଡା ଗାଁର ବିଭୁ କାଣ୍ଡ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ବିଭୂଙ୍କ ସହ ତାଙ୍କ ଗାଁର ରାଜେଶ ବେରୁ ନାମକ ଜଣେ ବ୍ୟକ୍ତି ଯାତ୍ରା କରୁଥିଲେ । ଦୁହେଁ ବାଇକ୍ରେ ନିଜ ଘରୁ ଶ୍ୱଶୁର ଘର ବିମଲା ଗାଁରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ବିଭୂଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜେଶ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିଟତସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021