Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବାଇକକୁ ଧକ୍କା ଦେଲା ବାଇକ୍, ୨ ମୃତ

19/07/2021 at 8:06 AM

ବରଗଡ, ୧୯|୦୭  : ମୁହାଁମୁହିଁ ହେଲା ୨ ବାଇକ୍ । ୨ ମୃତ ଓ ୨ ଗୁରୁତର । ରବିବାର  ବିଳମ୍ବିତ ରାତିରେ ବରଗଡ ସହର ନିକଟସ୍ଥ ପଥର୍ଲା ଛକ ଜାତୀୟ ରାଜପଥ  ଉପରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବରଗଡ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।

ମୃତକମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହଲା ଗାଁର ଜ୍ୟୋତିରଞ୍ଜନ ସାହୁ ଓ ବରଗଡ଼ ସହରର ତୁରା ଗ୍ରାମର ଆଶିଷ ପ୍ରଧାନ । ଗୁରୁତର ଦୁଇ ଜଣ ହେଲେ ସୁନୀଲ ବାଗ ଓ ଧ୍ୟାନଚାନ୍ଦ ଝାଙ୍କର ।

ରବିବାର ବିଳମ୍ବିତ ରାତିରେ ଜ୍ୟୋତିରଞ୍ଜନ ଓ ଧ୍ୟାନଚାନ୍ଦ ଗୋଟିଏ ବାଇକରେ ସୋହେଲା ପଟୁ ବରଗଡକୁ ଅଭିମୁଖେ ଆସୁଥିଲେ  । ସେମାନେ ଢ଼ାବାକୁ ଖାଇବାକୁ ଆସୁଥିବା ବେଳେ ରାସ୍ତାର ବୀପରିତ ଦିଗରେ ବାଇକୁ ବୁଲାଉ ଥିବା ସମୟରେ ସେମାନଙ୍କୁ ଆଶିଷ ଓ ସୁଶୀଲଙ୍କ ବାଇକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଆଶିଷ ଓ ଜ୍ୟୋତି  ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ  ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି  ।

   Related Posts