ବାଇକ୍ ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ
6/07/2020 at 3:27 PM

ବାଲିଗୁଡା୬/୭: ସୋମବାର ଅପରାହ୍ନ ସମୟରେ ବାଇକ୍ ଦୁର୍ଘଟଣାରେ ବାପ- ଝିଅଙ୍କ ମୃତ୍ୟୁ ହୋଇଛି। ଏଥିସହ ବିପରୀତ ଦିଗରୁ ଆସୁଥିବା ବାଇକ୍ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଜକିକିଆ ଗାଁ ନିକଟ ୫୯ ଜାତୀୟ ରାଜପଥରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଗୋଟିଏ ବାଇକ୍ରେ ବସି ବାପ-ଝିଅ ଯାଉଥିଲେ। ହଠାତ୍ ବିପରୀତ ଦିଗରୁ ଆସୁଥିବା ଗୋଟେ ବାଇକ୍ ଆସି ବାପ-ଝିଅ ଆସୁଥିବା ବାଇକ୍ ବାଡ଼େଇଥିଲା। ସୋମବାର ଅପରାହ୍ନରେ ଜକିକିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସାରଙ୍ଗଡ ଅଞ୍ଚଳରେ ବୋଲି ଜଣାପଡିଛି। ଦ୍ରୁତଗତିରେ ବାଇକ୍ ଚଳାଇବାରୁ ଏଭଳି ଦୁର୍ଘଟଣାରେ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବାଲିଗୁଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021