ବାଇକ୍‌ ଚାଳକଙ୍କୁ ହତ୍ୟା କଲା କାର ଚାଳକ: ଘୋଷାଡି ନେଇ ଖୁଣ୍ଟରେ ମୁଣ୍ଡକୁ ଦେଲା ଛେଚି

Published By : Prameya-News7 Bureau | November 22, 2020 IST

ନିଆଳି୨୨/୧୧:  ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ମଟର ସାଇକେଲ ଏବଂ କାର ମଧ୍ୟରେ ସାଇଡ୍‌ ମରାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଏତେ ଉଗ୍ରରୂପ ନେଇଥିଲା ଯେ, ମଟର ସାଇକେଲ ଚାଳକଙ୍କୁ କାର ଚାଳକ ହତ୍ୟା କରିଥିଲା। କଟକ ଗୋବିନ୍ଦପୁର ଥାନା ଝାରପଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୋବିନ୍ଦପୁର ଥାନାରେ ଏକ ଘରୋଇ କଳିର ବୁଝାମଣା ମଣି କୁଣ୍ଡା ଗ୍ରାମର ଦିପକ ମଲ୍ଲିକ ନିଜ ସଂପର୍କିୟଙ୍କୁ ଧରି ଫେରୁଥିଲେ। ଠିକ୍ ସେହି ସମୟରେ ଗୋବିନ୍ଦପୁର ଧନଞ୍ଜୟ ମହାରଣା ନାମକ ଜଣେ ଯୁବକଙ୍କ ସହ ଝାରପଡ଼ା ବଙ୍ଗଳା ଛକରେ ଗାଡି ସାଇଡ ମାରିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଧନଞ୍ଜୟ କାରର କାଚ ଉପ​‌ରେ ହାତ ରଖି ତାଙ୍କ ସହ ଯୁକ୍ତତର୍କ କରିଥିଲେ। କାର ଚାଳକ ଜଣଙ୍କ

 ଯୁବକଙ୍କ ହାତକୁ ଭିଡି ନେଇ ଗ୍ଲାସ ବନ୍ଦ କରି ପ୍ରାୟ ପଚାଶ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ରାସ୍ତା କଡରେ ପଡ଼ିଥିବା ଏକ ବତୀ ଖୁଣ୍ଟରେ ମୁଣ୍ଡ ବାଡେଇ ଦେଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଧନଞ୍ଜୟଙ୍କ ଘର ଗଞ୍ଜାମ ଭଂଜନ ଗର। ସେ ପିଲାଦିନରୁ ଗୋବିନ୍ଦପୁର ମାମୁଁ ଘରେ ରହି ଆସୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ଇଚ୍ଛାପୁର ପ୍ରତାପ ନଗରୀ ରାସ୍ତାକୁ ଝାରପଡା ଠାରେ ଅବରୋଧ କରିଥିଲେ । ଏପରି କି ଥାନା ପରିସରରେ ଥିବା ଫୁଲକୁଣ୍ଡ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ କଟକ ସଦର ଏସ ଡି  ପି ଓ ଙ୍କ ସହ ଅତିରିକ୍ତ ଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରସ୍ତା ରୋକ ହଟିଥିଲା। ଏହି ଘଏଣାରେ ସଂପୃକ୍ତ କାରକୁ ଜବତ ସହ ଅଭିଯୁକ୍ତ ଦିପକ ମଲିକକୁ ଗିରଫ କରାଯାଇଥିବା କହିଛନ୍ତି ଅତିରିକ୍ତ ଏସ୍ ପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.