ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ
4/11/2019 at 3:06 PM

ଗଞ୍ଜାମ ୪/୧୧: ଛତ୍ରପୁର ଥାନା ଅଧିନସ୍ଥ ବଡ଼ମାଧପୁର ମୁଖ୍ୟ ରାସ୍ତାରେ ବାଲି ବୋଝେଇ ଟ୍ରକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଓ ଏଠାରେ ଥିବା ବାଲି ରେମ୍ପକୁ ବନ୍ଦ ନେଇ ବଡ ମାଧପୁର ତାରା ତାରିଣୀ ମୁଖ୍ୟ ରାସ୍ତା ଟାୟାର ଜାଳି ଅବରୋଧ କରିଛନ୍ତି।

ମୃତକଙ୍କ ପରିଚୟ ଏଯାଏଁ ଜଣା ପଡିନାହିଁ। ଘଟଣାସ୍ଥଳରେ ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଂଚି ଲୋକଙ୍କୁ ବୁଝାଉଛନ୍ତି।

Related Posts
ଘର ଭିତରୁ ଉଦ୍ଧାର ହେଲା ମେଞ୍ଚାଏ ସାପ, ଭୟରେ ପରିବାର
13 April 2021