ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ୯ ମୋଟରସାଇକେଲ ଜବତ

Published By : Prameya-News7 Bureau | September 13, 2021 IST

ନୀଳଗିରି,୧୩/୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପୁନଦାଳ ଅଞ୍ଚଳରେ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ ରାକେଟର । ଏନେଇ ମୟୁରଭଞ୍ଜ ପୋଲିସ ତନାଘନା କରୁଥିବା ସୂଚନା ମିଳୁଛି।

ଗ୍ୟାଙ୍ଗର ସଦସ୍ୟଙ୍କଠାରୁ ପୋଲିସ ୯ଟି ବାଇକ ଜବତ କରିଛି । ବାଇକ ଲୁଟେରାମାନେ  ୪୦ରୁ ଉର୍ଦ୍ଧ୍ବ ବାଇକ ଚୋରି କରିଥିବା ଅଭିଯୋଗ  ହୋଇଛି । ସୂଚନାନୁସାରେ, ମୟୁରଭଞ୍ଜ ଅଂଚଳରେ କିଛିଦିନ ପୂର୍ବରୁ ବାଇକ ଚୋରି ହେବାନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ ପରେ ନୀଳଗିରି ଅଂଚଳର କିଛି ଯୁବକ ଚୋରିରେ ସାମିଲ ହୋଇଥିବା ଜଣାପଡିଥିଲା ।

ସୋମବାର ସକାଳେ ନୀଳଗିରି ଥାନା ଅଧିନ ପୁନଦାଳ ଅଞ୍ଚଳରେ ଚଢ଼ାଉ ପରେ ଗୋଟିକ ପରେ ଗୋଟିଏ ବାଇକ ଉଦ୍ଧାର କରାଯାଇଥିଲା।ଏହି ଅଞ୍ଚଳର ଦୁଇ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.