Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କୋରାପୁଟରେ ଆନ୍ଧ୍ର ପୋଲିସ, ବାଇକ୍‌ ଚୋରି ଲିଙ୍କ୍‌ର ଚାଲିଛି ଖୋଲ୍‌ତାଡ଼

27/06/2021 at 2:30 PM

କୋରାପୁଟ ୨୭।୦୬: କୋରାପୁଟରେ ଆନ୍ଧ୍ର ପୋଲିସ । ଚୋରା ବାଇକ୍‌ ଲିଙ୍କ ନେଇ କୋରାପୁଟରେ ପହଞ୍ଚିଛି ଆନ୍ଧ୍ର ପୋଲିସ । ଏକ ବାଇକ ଚୋରି ରାକେଟରେ ଛାନ୍‌ଭିନ୍‌ କରୁଛି ଆନ୍ଧ୍ର ପୋଲିସ । ଆଗାମୀ ଦିନରେ ଅଧିକ ତଦନ୍ତ ପାଇଁ ଟିମ୍‌ ମଧ୍ୟ ଆସିବାର ସୂଚନା ରହିଛି ।

 ଖବର ଅନୁଯାୟୀ,  କୋରାପୁଟ ଟାଉନ ଥାନା ପୋଲିସ କିଛି ଦିନ ତଳେ ଏକ ଗାଡି ଚୋର ଗ୍ୟାଙ୍ଗ ସହ ଚାରି ଜଣଙ୍କୁ ଗିରଫ କରିଥିଲା । ଏହାସହ ବିଭିନ୍ନ ଅଞ୍ଚଳରୁ ୧୫ଟି ମଟର ସାଇକଲ ଜବତ କରିଥିଲା। ତେବେ ଏହି ଗାଡି ଗୁଡିକ ମଧ୍ୟରେ ଅଧିକାଂଶ ଗାଡି ଆନ୍ଧ୍ର ରେଜିଷ୍ଟ୍ରେସନ ଥିଲା । ଏହି ବିଷୟ ଗଣମାଧ୍ୟମରୁ ଜାଣିବା ପରେ ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଥିତ ସେଣ୍ଟ୍ରାଲ କ୍ରାଇମ ପୋଲିସର ଚାରିଜଣ ଅଧିକାରୀ ଆସି କୋରାପୁଟ ଏସଡିପିଓଙ୍କୁ ଭେଟିଛନ୍ତି। ଆନ୍ଧ୍ର ପୋଲିସ କର୍ମଚାରୀ ମାନେ ଚୋରି ହୋଇଥିବା ମଟର ସାଇକଲ ଗୁଡିକର ଚେସିସ ନମ୍ବର ନେଇ ସେମାନଙ୍କ ଥାନା ଗୁଡିକରେ ଥିବା ମାମଲା ଗୁଡିକ ଯାଞ୍ଚ କରିବା ପରେ ପୁଣିଥରେ କୋରାପୁଟ ଆସିବେ ବୋଲି ଜଣାଇଛନ୍ତି ।

   Related Posts