ଗଛରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | April 22, 2020 IST

ବଡ଼ବିଲ୨୨/୪: ଗଛରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ଚାଳକ ଜଣକ ନିଜର ଭାରସାମ୍ୟ ହରାଇ ବାଇକକୁ ଗଛରେ ପିଟି ଥିଲେ। ଯାହାଫଳରେ ପାଖରେ ଥିବା ନିର୍ମାଣଧୀନ କଲଭର୍ଟ ଭିତରରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ବୁଧବାର ଭୋହରୁ ବଡ଼ବିଲ - ଭଦ୍ରାସାହି ରାସ୍ତାର କାଠ ଡିପୋ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବଡ଼ବିଲ ଓବାଡ଼ର୍ ନଂ 4ର ସୁଦର୍ଶନ ପ୍ରଧାନ । ସୁଦର୍ଶନ ଜଜାଙ୍ଗ ସ୍ଥିତ ଏକ ଖଣିରେ ଲୋଡ଼ ଅପରେଟର ଭାବେ କାର୍ଯ୍ୟ କରନ୍ତି। ବଡ଼ବିଲ - ଭଦ୍ରାସାହି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ କାଠ ଡିପୋ ନିକଟରେ ଏକ କଲଭର୍ଟ ନିର୍ମାଣାଧୀନ ରହିଛି । କଲଭର୍ଟର ଉଭୟ ପାଖରେ ମାଟି ପଡି ରାସ୍ତା ବନ୍ଦ କରାଯାଇଛି । ସୁଦର୍ଶନ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.