ରାସ୍ତାରେ ଜଳିଗଲା ବାଇକ୍ ; ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ

Published By : Prameya-News7 Bureau | January 04, 2019 IST

ଜି.ଉଦୟଗିରି ୪I୧: ରାସ୍ତାରେ ଜଳିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":70338}

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଶଙ୍ଖସାହି ନିକଟରେ ଏଭଳି ଅଘଟଣ ଘଟିଛି । ଦୁଇ ଜଣ ବାଇକ୍ ରେ ଟିକାବାଲିରୁ ଜି.ଉଦୟଗିରି ଆସୁଥିଲେ । ରାସ୍ତାରେ କୌଣସି କାରଣ ବଶତଃ ବାଇକ୍ ରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଆୟତ୍ତ ହେବା ବେଳକୁ ବାଇକ୍ ଟି ସଂପୂର୍ଣ୍ଣ ଜଳିଯାଇଥିଲା । ଦୁଇ ବାଇକ୍ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ କେମିତି ବାଇକ୍ ରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.