ଦିଗପହଣ୍ଡି୨୨/୧୧: ବାଇକ୍କୁ ଧକ୍କା ଦେଲା ଡାଲା ଅଟୋ। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଓଡାସିଙ୍ଗି- ପଦ୍ମନାଭପୁର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ମୁତାବକ, ମୃତକ ହେଲେ କଇଠଡା ଗାଁର ଆକାଶ ରେଡି। ସେ ଏବଂ ତାଙ୍କର ଦୁଇଜଣ ସାଙ୍ଗ ବାଇକରେ ଦିଗପହଣ୍ଡି ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୋଲିସ ଅଟୋ ଡ୍ରାଇଭରକୁ ଅଟକ ରଖିଛି।