ବାଇକ୍ ଉପରେ ମାଡିଗଲା ଟିପ୍ପର, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ
6/01/2021 at 9:42 PM

ଢ଼େଙ୍କାନାଳ୬/୧: ଢେଙ୍କାନାଳ ମୋଟଙ୍ଗା ଥାନା ହଳଦିଆବାହାଳ ନିକଟରେ ବାଇକ ଉପରେ ମାଡିଗଲା ଟିପ୍ପର। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ। ୫୫ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ ଛକରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ନିମବାହାଳି ନିକଟରେ ଥିବା ମଦ ଭାଟିର କର୍ମଚାରୀ ବୋଲି ଜଣାପଡିଛି। ତାଙ୍କ ନାମ ଭଜମନ ବାଭର୍ତି ଓ ତାଙ୍କ ଘର ଟିଟିଲାଗଡ଼ରେ। ଖବର ପାଇ ମୋଟଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟିପ୍ପରକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।
Related Posts
କିପରି ହେଲା ରଞ୍ଜିତଙ୍କ ମୃତ୍ୟୁ ? ଦୁର୍ଘଟଣା ନା ହତ୍ୟା ?
17 January 2021