ମର୍ମନ୍ତୁଦ ସଡକ ଦୁର୍ଘଟଣା: ହୋମ୍ ପାଇପ୍ରେ ମାଡ ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
7/01/2021 at 3:03 PM

ନିଶ୍ଚିନ୍ତକୋଇଲି୭/୧: ମର୍ମନ୍ତୁଦ ସଡକ ଦୁର୍ଘଟଣା। ହୋମ୍ ପାଇପ୍ରେ ମାଡ ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ନିଶ୍ଚିନ୍ତକୋଇଲି କୁଆଁପାଳ- ବାଲିଚନ୍ଦ୍ରପୁର ନିକଟସ୍ଥ କୁସୁପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ସ୍ଥାନୀୟ ଅକରପଡା ଗାଁର ଗଙ୍ଗାଧର ପଣ୍ଡା। କଟକରୁ ନିଜ ଗାଁକୁ ବାଇକରେ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି।