Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କାର-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ, ଦୁର୍ଘଟଣା ପରେ ଜଳିଗଲା କାର

13/12/2020 at 6:21 PM

ଜଗତସିଂପୁର ୧୩/୧୨ : କଟକ-ପାରାଦୀପ ରାସ୍ତାର ରଘୁନାଥପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ବାଇକ୍ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ପରେ ଉକ୍ତ କାରରେ ନିଆଁ ଲାଗି ସଂପୂର୍ଣ୍ଣ ଭାବେ ଜଳିଯାଇଥିବା ସୂଚନା ମିଳିଛି ।  

ସୌଭାଗ୍ୟବଶତଃ କାରରେ ଥିବା ବ୍ୟକ୍ତି ରକ୍ଷା ପାଇଯାଇଛନ୍ତି । କାରରେ ନିଆଁ ଲାଗିଯିବା ଦେଖି ଚାଳକଜଣକ ବାହାରକୁ ବାହାରିଆସିବା ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଅନ୍ୟ ପଟେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ପାରିନଥିବା ପୋଲିସ ସୂଚନା ଦେଇଛି । ତେବେ ମୃତ ବ୍ୟକ୍ତିଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

   Related Posts