ବରଗଡ ସମରଧରା ଠାରେ ବଲେରୋ ଏବଂ ମୋଟରସାଇକେଲ ଧକ୍କା ,ଜଣେ ମୃତ
21/08/2018 at 12:59 AM

ବରଗଡ଼ ୨୧/୮:ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସମରଧରା ଠାରେ ବଲେରୋ ଏବଂ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଭଟଲି ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ବରଗଡ଼ ଅଞ୍ଚଳର କିଛି ମହିଳା ଭକ୍ତ ଏକ ବଲେରୋ ଗାଡ଼ିରେ ଛତିଶଗଡ଼ ରାଜ୍ୟର ଅମରକଣ୍ଟକରୁ ବୋଲବମ୍ ସାରି ଫେରୁଥିବା ବେଳେ ସମରଧରା ନିକଟରେ ଏକ ମୋଟରସାଇକେଲ ସହ ଧକ୍କା ହୋଇଥିଲେ।ଏଥିରେ ସେହି ଗ୍ରାମର ସୁକଦେଵ ଖର୍ସେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କମଲ ସା ଆହତ ହୋଇ ବରଗଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।ଦୁର୍ଘଟଣାରେ ବଲେରୋ ଏବଂ ମୋଟରସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମହିଳା ଭକ୍ତ ଆହତ ହୋଇ ଭଟଲି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି । ଭଟଲି ପୋଲିସ ଘଟଣା ସ୍ଥଳକୁ ପହଁଚି ଆରମ୍ଭ କରିଛି ତଦନ୍ତ ।