ଦୁଇ ବାଇକ୍‌ ମୁହାଁମୁହିଁ ଧକା, ଚାଲିଗଲା ଜଣକ ଜୀବନ, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | December 05, 2021 IST

ଟାଙ୍ଗୀ, ୦୫/୧୨: ଟାଙ୍ଗୀ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ନୟାଗଡ଼ ଜିଲ୍ଲା କେରଣ୍ଡାଟାଙ୍ଗୀ ଗ୍ରାମ ନିକଟସ୍ଥ ବୃନ୍ଦାବନବିହାରୀପୁର ଗ୍ରାମର ସନ୍ତୋଷ କୁମାର ରାଉତରାୟ ବୋଲି ଜଣାପଡ଼ିଛି ।

ସନ୍ତୋଷ ନିକଟସ୍ଥ ଚମ୍ପାପେଡି ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଟନ୍ତି । ଆହତ ଦୁହେଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମର ଆଲୋକ କଳସ ଓ ରାଜା ବେହେରା । ଟାଙ୍ଗୀ ବ୍ଲକ ଛକରେ ଘଟିଛି ଏହି ଦୁର୍ଘଟଣା । ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଟାଙ୍ଗୀ ମେଡିକାଲ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.