ଅଜଣା ଗାଡି ସହ ବାଇକ୍ ଧକ୍କା: କଟିଗଲା ବାଇକ ଚାଳକଙ୍କ ଡାହାଣ ଗୋଡ ଏବଂ ବାମ ହାତ

Published By : Prameya-News7 Bureau | November 12, 2020 IST

ଆଠଗଡ଼୧୨/୧୧: ଅଜଣା ଗାଡି ସହ ବାଇକ୍ ଧକ୍କା। ବାଇକ୍ ଚାଳକଙ୍କ ଡାହାଣ ଗୋଡ ଏବଂ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିବା ଜଣାପଡିଛି। ପୁରୁଣା କଟକ ସମ୍ବଲପୁର ରାସ୍ତା ଆଠଗଡ଼ ଚିରୁଗୁଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସେହିପରି ଗୁରୁତର ଅବସ୍ଥାରେ ଅନ୍ୟଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହତ ଦୁଇଜଣଙ୍କୁ ଆଠଗଡ଼ ଦମକଳ ବାହିନୀ ଉଦ୍ଧାର କରି ପ୍ରଥମେ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଗାଡି ଧକ୍କା୍ କରି ଫେରାର ହୋଇଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଆଠଗଡ଼ ପୋଲିସର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.