ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ପ୍ରାଣ ହରାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

Published By : Prameya-News7 Bureau | July 03, 2020 IST

ମାଲକାନଗିରି, ୦୩|୦୭ : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । କୋରକଣ୍ଡା ବ୍ଲକ ନୀଳା କାମ୍ବେରୁ ପଞ୍ଚାୟତର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରାଣ ହରଇଛନ୍ତି ।

ସୂଚନାନୁସାରେ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପିଇଓ ସୁଦର୍ଶନ ଘରାମି ଓ ଭାସ୍କର ଚନ୍ଦ୍ର ଖରା ଡୁଡାମେଟା   କୋରକଣ୍ଡା ବ୍ଲକରେ ଏକ ବୈଠକ ସାରି ନିଜ ଘର ଗୁମ୍ମାକୁ ସନ୍ଧ୍ୟା ସମୟରେ ଫେରୁଥିଲେ । ମୋଟର ସାଇକେଲରେ ୨ଜଣ ଫେରୁଥିବା ସମୟରେ କୁଡୁମୁଲୁ ଗୁମ୍ମା ନୃସିଂହ ମନ୍ଦିର ନିକଟରେ ହଠାତ  ମୋଟର ସାଇକେଲଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଫଳରେ୨ଜଣ ତଳେ ଖସି ପଡି ଆହତ ହୋଇ ଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ସୁଦର୍ଶନ ଘରାମିଙ୍କୁ ଡାକ୍ତର ମୃତ  ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଦୁର୍ଘଟଣା ଓ ମୃତ୍ୟୁକୁ ନେଇ ସାରା ଗୁମ୍ମାରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.