ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | October 20, 2020 IST

ଯାଜପୁରରୋଡ୍ ୨୦।୧୦: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କନ୍ତିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୁକିନ୍ଦା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ଓଳିଆ ଗ୍ରାମର ପ୍ରତାପ ଚନ୍ଦ୍ର ବେହେରା । ଖବର ପାଇ ସୁକିନ୍ଦା ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.