Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବାଇକ୍ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

16/11/2020 at 9:43 AM

ଚାନ୍ଦବାଲି ୧୬।୧୧: ଭଦ୍ରକ ମୁଖ୍ୟ ରାସ୍ତା ଚନ୍ଦନପୁର ଛକ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସୋରରୁ ବାଇକରେ ଦୁଇ ଜଣ ଯୁବକ ଚାନ୍ଦବାଲି ଆସୁଥିଲେ । ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପୃଥ୍ବୀରାଜ ଜେନା । ଆମ୍ବୁଲାନ୍ସରେ ଯାଉଥିବା ବେଳେ ପୃଥ୍ବୀରାଜଙ୍କର ମୃତ୍ୟୁ ହୋଇଥିଲା ।

ଗୁରୁତର ହେଉଛନ୍ତି ଦୀପକ ମଲ୍ଲିକ । ଦୀପକଙ୍କ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବିଳମ୍ବିତ ରାତି ହୋଇଥିବାରୁ ନିଦ ଲାଗିଯାଇ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବା ଅନୁମାନ କରାଯାଉଛି । ସେମାନେ ଚାନ୍ଦବାଲି ଏସକେଏସ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି ।

   Related Posts