ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

Published By : Prameya-News7 Bureau | November 06, 2021 IST

ବୌଦ୍ଧ, ୦୬/୧୧: ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚୟତ ଅନ୍ତର୍ଗତ କମିରା ରାସ୍ତାରେ ଏକ ଅଭାନୀୟ ଘଟଣା ଘଟିଛି । ଭରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଜଣାପଡ଼ିଛି । ମୃତକଙ୍କ ନାମ ମୁନା ନାଏକ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ,  ଆଜି  ଅପରାହ୍ନ ସମୟରେ କମିରା ଗ୍ରାମର ମୁନା ଖମାରିପଡା ଗ୍ରାମରୁ ବାଇଡିଙ୍ଗ ତାର କିଣି ଫେରୁଥିବା ବେଳେ କମିରା ରାସ୍ତାରେ ଭାରସାମ୍ୟ ହରାଇ ତାଙ୍କ ବାଇକ୍‌ଟି ଏକ ଗଛରେ ପିଟିହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତର ଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.