ସଡ଼କ ଦୁର୍ଘଟଣାରେ ସ୍ବାମୀ ମୃତ : ସ୍ତ୍ରୀ ଗୁରୁତର

Published By : Prameya-News7 Bureau | June 10, 2019 IST

ବାଲେଶ୍ବର  ୧୦/୬: ବାଲେଶ୍ବର ୫ନମ୍ବର ଜାତୀୟ ରାଜପଥ ଶେରଗଡ଼ ଛକ ନିକଟରେ ଆଜି ଦିନ ୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶେରଗଡ଼ ଅଂଚଳର ଇନ୍ଦ୍ରଜିତ୍ ପଣ୍ଡା ତାଙ୍କ ସ୍ତ୍ରୀ ପ୍ରିତୀନନ୍ଦା ପଣ୍ଡାଙ୍କୁ ବାଇକରେ ବସାଇ ବାଲେଶ୍ବର ମେଘଡ଼ମ୍ବରୁ ପୁରକୁ ବନ୍ଧୁଙ୍କ ଘରକୁ ଆସୁଥିଲେ। ଏହି ସମୟରେ ଗୋଟାଏ ଟ୍ରକ ସେମାନଙ୍କ ଉପରକୁ ମାଡ଼ି ଯିବା ଫଳରେ ଘଟଣାସ୍ଥଳରେ ଇନ୍ଦ୍ରଜିତଙ୍କର ମୃତ୍ୟୁ ଘଟିଛି। ପ୍ରିତିନନ୍ଦା ଏବେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।ସେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.