ନାଇଁ ନାଇଁ କହି ସତ କହିଲେ ବିକାଶ: ଆଶ୍ରମକୁ ଆସୁଥିଲେ ସାଇକୋ ଲେଡି, ସାଧାରଣରେ ଉଠୁଛି ପ୍ରଶ୍ନ, ପ୍ରକୃତ ଦୋଷୀକୁ ଖସାଇ ଦେବାକୁ ଚାଲିଛି କି ଷଡ଼ଯନ୍ତ୍ର ?

Published By : Prameya-News7 Bureau | September 02, 2020 IST

ଭୁବନେଶ୍ବର୨/୯: ଶେଷରେ ମୁହଁ ଖୋଲିଲେ ବିକାଶ । ପ୍ରଥମେ ନାଇଁ ନାଇଁ କହି ସତ କହିଲେ ବିକାଶ। ଆଦିତ୍ୟଙ୍କ ସହ ସାଇକୋ ଲେଡିଙ୍କ ଲିଙ୍କ୍‌ ଥିବା କଥା ବିକାଶ କହିଛନ୍ତି। ଆଦିତ୍ୟଙ୍କ ବାପା ପୂର୍ବରୁ କହିଥିଲେ ଯେ, ତାଙ୍କ ପୁଅକୁ ଜଣେ ସାଇକୋ ଯୁବତୀ ହଇରାଣ କରୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ ଆସିଛି।  ଆଦିତ୍ୟଙ୍କ ସହଯୋଗୀ ବିକାଶ ଏବେ ମୁହଁ ଖୋଲିଛନ୍ତି। ଆଦିତ୍ୟଙ୍କ ସହିତ ବାଲେଶ୍ବର ଅଞ୍ଚଳର ଜଣେ ଯୁବତୀ ସଂପର୍କ ରଖିଥିଲେ। ସେହି ଝିଅ ମଝିରେ ମଝିରେ ଆଶ୍ରମକୁ ଆସୁଥିଲେ। ପରବର୍ତ୍ତୀ ସମୟରେ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହ ପରେ ସଂପୃକ୍ତ ଯୁବତୀ ଆଶ୍ରମକୁ ଆସୁ ନଥିଲେ। ଆଦିତ୍ୟଙ୍କ ମୃତ୍ୟୁ ପଛରେ କେଉଁଠି ନା କେଉଁଠି ସେ ଝିଅର ହାତ ଥାଇପାରେ ବୋଲି ବିକାଶ କହିଛନ୍ତି।

ସେପଟେ ଆଦିତ୍ୟଙ୍କ ବାପା ଗତକାଲିଠାରୁ ସେହି ସାଇକୋ ଲେଡିଙ୍କ କଥା କହିଥିଲେ। ସଂପୃକ୍ତ ଯୁବତୀଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରନ୍ତୁ ବୋଲି ଦାବି କରିଥିଲେ। ଏପରି କି ଜିଆରପି ପୋଲିସଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ସେହି ସାଇକୋ ଲେଡି ସଂପର୍କରେ ଆଦିତ୍ୟଙ୍କ ବାପା କହିଥିଲେ। ହେଲେ ସଂପୃକ୍ତ ଯୁବତୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ନଥିଲା। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଆଦିତ୍ୟଙ୍କ ବାପା। ତେବେ କିଏ ଏହି ସାଇକୋ ଲେଡି ? କଣ ପ୍ରକୃତରେ ଆଦିତ୍ୟଙ୍କ ସହ ତାଙ୍କର ଥିଲା ପ୍ରେମ ସମ୍ପର୍କ? ତେବେ ବିକାଶ କିଛି ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁନାହାନ୍ତି ତ? ଏତେ ଦିନ ହେଲା ବିକାଶ କାହିଁକି ଚୁପ୍‌ ଥିଲେ? ପ୍ରକୃତ ଦୋଷୀକୁ ଖସାଇବାକୁ ଚାଲିଛି କି ଷଡ଼ଯନ୍ତ୍ର? ଆଦିତ୍ୟଙ୍କ ପ୍ରଶଂସକଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.