କିଶନନଗର ତହସିଲ ସମ୍ମୁଖରେ ଅନଶନ ; ୨୧ଦଫା ଦାବିରେ ବିକାଶ ମଞ୍ଚ ପକ୍ଷରୁ ଅନଶନ ୧୩ଦିନରେ

Published By : Prameya-News7 Bureau | December 08, 2018 IST

ସାଲେପୁର ୦୮|୧୨: କଟକ ଜିଲ୍ଲା କିଶନନଗର ତହସିଲ ସମ୍ମୁଖରେ କିଶନନଗର ବିକାଶ ମଞ୍ଚ ପକ୍ଷରୁ ୨୧ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଅନଶନ ୧୩ଦିନରେ। ଦୀର୍ଘବର୍ଷ ହେବ ବାରମ୍ବାର କିଶନନଗର ବିକାଶ ମଞ୍ଚ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ କେହି ବି କର୍ଣ୍ଣପାତ କରୁନାହାଁନ୍ତି । ବାରମ୍ବାର ଦାବି ସତ୍ବେ ପ୍ରଶାସନିକ ସ୍ତରରେ କୌଣସି ସୁଫଳ ନମିଳିବାରୁ କିଶନନଗର ବିକାଶ ମଞ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଚଳାଇଛନ୍ତି । ୨୧ ଦଫା ଦାବି ମଧ୍ୟରୁ କିଶନନଗର ତହସିଲ ଅଞ୍ଚଳକୁ ନେଇ ବ୍ଲକ୍ ଗଠନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା, ସବ୍ ରେଜିଷ୍ଟାର ଅଫିସ ପ୍ରତିଷ୍ଠା, ଦମକଳ କେନ୍ଦ୍ର ପ୍ରତିଷ୍ଠା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସ୍ଥାପନ କରିବା ଭଳି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ଅନଶନ ଚାଲୁ ରହିବ ବୋଲି ଚେତାବନୀ ଦେଇଛି ମଞ୍ଚ। ସାତ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀଠାରୁ ଆରମ୍ଭ କରି କୌଣସି ରାଜନୈତିକ ଦଳର ନେତାମାନେ ତାଙ୍କ  ସହିତ ଆଲୋଚନା କରିବା ପାଇଁ ଆସି ନଥିବା ଜଣାପଡିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯଦି ସରକାର ୨୧ଦଫା ଦାବି ପ୍ରତି ଅଣଦେଖା କରନ୍ତି ତେବେ ଗତକାଲି କିଶନନଗର ତହସିଲ କାର୍ଯ୍ୟାଳୟ ବନ୍ଦ କରିବା ସହିତ କଟକ- ପାରାଦୀପ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ରୂପ ନେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.