Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଅନେକ ଗୁମର ଖୋଲିଲେ ବିକାଶ ଦୁବେର ପତ୍ନୀ, ସମ୍ପତ୍ତିଠୁ ରାଜନୈତିକ ଲିଙ୍କ୍ ବାବଦରେ ପଚରାଉଚୁରା

11/07/2020 at 11:01 AM

କାନପୁର, ୧୧|୦୭:  ଲକ୍ଷ୍ନୌରେ ବିକାଶ ଦୁବେର ପତ୍ନୀକୁ ଗିରଫ କରାଯିବା ପରେ ତାଙ୍କୁ ପଚରାଉଚୁରା ପାଇଁ କାନପୁର ନିଆଯାଇଥିଲା । ୫ ଘଣ୍ଟାର ଜେରା ପରେ ବିକାଶର ପତ୍ନୀ ରିଚାର ବିକରୁ କାଣ୍ଡ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ରିଚା ଓ ତାଙ୍କ ପୁତ୍ରଙ୍କୁ ଛାଡି ଦିଆଯାଇଥିଲା ।

ଘଟଣାର ତଦନ୍ତ କରୁଥିବା ଏସଏସପି ଦିନେଶ କୁମାର କହିଛନ୍ତି ଯେ, ଯେଉଁମାନେ ବିକାଶକୁ ସାହାଯ୍ୟ କରିଥିଲେ ସମସ୍ତେ ରାଡାରରେ ଅଛନ୍ତି । ଏହା ବ୍ୟତୀତ ବିକାଶର ନିକଟ ସମ୍ପର୍କୀୟ ପ୍ରାୟ ୧୫ଜଣଙ୍କୁ ଜେରା କରାଯିବ । ଏମାନେ ବିକାଶର ବାହୁବଳକୁ ବ୍ୟବହାର କରି ରାତାରାତି କୋଟିପତି ପାଲଟିଥିଲେ । ଜେରା ବେଳେ ପତ୍ନୀ ରିଚା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ସମ୍ପତ୍ତି, ରାଜନୈତିକ ଲିଙ୍କ୍‌କୁ ନେଇ ଜେରା ହୋଇଥିଲା । ଏହି ସମସ୍ତ ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି ।

ପୋଲିସ ରିଚାଙ୍କୁ ଜେଲ୍ ପଠାଇ ପାରିନଥିଲା । କାରଣ ସେ ଏବେ ଜିଲ୍ଲା ପଞ୍ଚାୟତର ସଦସ୍ୟ ରହିଛନ୍ତି । ତାଙ୍କ ବିରୋଧରେ କୌଣସି ମାମଲାରେ ପ୍ରମାଣ ନାହିଁ । ତେଣୁ ଜେରା ପରେ ତାଙ୍କୁ ଛାଡି ଦିଆଯାଇଥିଲା । ରାତି ୧୧ଟାରୁ ସକାଳ ୪ଟା ଯାଏଁ ତାଙ୍କୁ ଜେରା କରାଯାଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ଗିରଫ ହେବା ପରେ ଶୁକ୍ରବାର ବିକାଶ ଦୁବେକୁ ଏସଟିଏଫ କାନପୁର ଆଣୁଥିଲା । ସେହି ସମୟରେ ବିକାଶ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ନିହତ ହୋଇଛି ।

   Related Posts