ଚାପୁଡା ମାରିବାରୁ କନଷ୍ଟେବଲଙ୍କ ଉପରେ ରାଗି ଯାଇଥିଲା ବିକାଶ ଦୁବେ, ଜାଣନ୍ତୁ କ’ଣ ଦେଇଥିଲା ଧମକ୍

Published By : Prameya-News7 Bureau | July 11, 2020 IST

ଉଜ୍ଜୈନ ୧୧।୭: କାନପୁର ବିକାରୁ କାଣ୍ଡରେ ଫେରାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ୟୁପି ଏସଟିଏଫ ଏନକାଉଣ୍ଟରରେ ପ୍ରାଣ ହରାଇଛି। ଦିନକୁ ପୂର୍ବରୁ ତା ହାତରେ ହାତକଡ଼ି ପିନ୍ଧାଇଥିଲେ ଉଜ୍ଜୈନ ମହାକାଲ ଥାନାର କନଷ୍ଟେବଲ ବିଜୟ ରାଠୋର। ବିଜୟ କେବଳ ତା ହାତରେ ହାତକଡ଼ି ପିନ୍ଧାଇ ନଥିଲେ ସେ ଚିଲାଉଥିବାରୁ  ତାକୁ କଷିକି ଜାବୁଡେ ମଧ୍ୟ ମାରିଥିଲେ। ଏଥିରେ କ୍ଷୁବ୍ଧ ଗ୍ୟାଙ୍ଗଷ୍ଚର ତାଙ୍କୁ ଧମକ୍ ମଧ୍ୟ ଦେଇଥିଲା ବୋଲି  କହିଛନ୍ତି ବିଜୟ ରାଠୋର ।

{"align":"center","id":299055,"sizeSlug":"large"}

ରାଠୋର ଶନିବାର ଗିରଫଦାରୀ ବେଳର ଘଟଣା ମନେ ପକାଇ କହିଛନ୍ତି ଯେ ଦୁବେ ଅଚାନାକ ଗିରଫଦାରୀରେ ଅପ୍ରସ୍ତୁତ ହୋଇପଡିଥିଲା ଓ ଜୋରଜୋରରେ ଚିଲାଇବାକୁ ଲାଗିଥିଲା। ଏଥିରେ ମନ୍ଦିର ଆଖପାଖରେ ଲୋକଙ୍କ ଭିଡ ଜମିଯାଇଥିଲା। ସେ ‘ମେଁ ବିକାଶ ଦୁବେ କାନପୁରୱାଲା’ ବୋଲି ବାରମ୍ବାର କହୁଥିଲା। ଏଣୁ ବିଜୟ ତାଙ୍କୁ ପଛପଟୁ ଜାବୁଡାଏ କଷିବା ସହ ଚୁପ୍‌ ଆୱାଜ ନାଇଁ ବୋଲି କହିଥିଲେ। ଏତିକିରେ ବିକାଶ ଦୁବେ ଚୁପ୍‌ ହୋଇଯାଇଥିଲା।  ହେଲେ ଥାନାକୁ ଆସିବା ବେଳକୁ ସେ ରାଗରେ ତମତମ ହେଉଥିଲା।

{"id":299056,"sizeSlug":"large"}

 ତା ହାତର ହାତକଡି ମୁଁ ପିନ୍ଧାଇଥିଲି ଓ ତାକୁ ଜାବୁଡା ମାରିଥିବାରୁ ସେ ଧମକାଇଥିଲା ବୋଲି  କହିଛନ୍ତି ରାଠୋର। ଏହି ଘଟଣା ଯଦି ଉତ୍ତରପ୍ରଦେଶରେ ହୋଇଥାନ୍ତା ତେବେ ଏତେବଳକୁ ତୁମ ଘର ଜଳିସାରନ୍ତାଣି ଓ ତୁମର ହାତ ଗୋଡ କଟେଇ ସାରନ୍ତାଣି ବୋଲି ଦୁବେ ତାଙ୍କୁ ଧମକାଇଥିଲା। ଦିନତମାମ ତାକୁ କଡା ସୁରକ୍ଷାରେ ରଖି ପଚରା ଉଚରା କରାଯାଇଥିଲା। ସନ୍ଧ୍ୟାରେ କୋର୍ଟକୁ ନେବେ ବେଳେ ବି ରାଠୋରଙ୍କ ଉପରେ ତାର ରାଗ ଶାନ୍ତ ହୋଇନଥିଲା ବୋଲି ସେ କହିଛନ୍ତି। 

{"id":299057,"width":581,"height":354,"sizeSlug":"large"}

କୋର୍ଟରେ ତାକୁ ୟୁପି ପୋଲିସକୁ ସମର୍ପି ଦିଆଯାଇଥିଲା।  ଏତିକିରେ ମହାକାଳ ଥାନା ପୋଲିସର କାମ ସରିଥିଲା। ହେଲେ ତା ଧମକ୍‌ କିନ୍ତୁ କନଷ୍ଟେବଲ ବିଜୟ ରାଠୋର ମନେ ରଖିଛନ୍ତି। କୋର୍ଟରୁ ପୋଲିସ ଦୁବେକୁ କାନପୁର ନେଇ ବାହାରି ଯାଇଥିଲା। କାନପୁର ସହରର ୧୮ କିଲୋମିଟର ପୂର୍ବରୁ ତାକୁ ନେଇ ଯାଉଥିବା ଗାଡିଟି ଓଲଟି ପଡିଥିଲା। ଏତିରେ ବିକାସ ପୋଲିସଠାରୁ ପିସ୍ତଲ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.