'ମୁଁ ୟୁପିର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ', ମହାକାଳ ମନ୍ଦିରରେ ପହଁଚି ଜୋରରେ ପାଟିକଲା ଗ୍ୟାଙ୍ଗଷ୍ଟାର, ତାପରେ…

Published By : Prameya-News7 Bureau | July 09, 2020 IST

ଭୋପାଳ, ୦୯|୦୭:  ଉତ୍ତର ପ୍ରଦେଶର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୟନୀରୁ ଗିରଫ କରାଯାଇଛି । ଏହାପୂର୍ବରୁ ଥାନାରେ ଜଣେ ବ୍ୟକ୍ତି ପହଁଚି ନିଜକୁ ୟୁପିର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ବୋଲି କହିଥିଲା । କୁହାଯାଉଛି ଯେ, ମହାକାଳ ମନ୍ଦିର ପରିସରରେ ପହଁଚି ଏଠାରେ ଜଣେ ବ୍ୟକ୍ତି ଜୋରରେ ପାଟି କରି ନିଜକୁ ବିକାଶ ଦୁବେ କହିଥିଲା । ଏହାପରେ ସେଠାରେ ମୁତୟନ ଥିବା ପୋଲିସ କର୍ମୀ ତୁରନ୍ତ ତାକୁ ଧରି ନେଇଥିଲେ । ଏହାପରେ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ମହାକାଳ ଥାନା ପୋଲିସ ତୁରନ୍ତ ତାଙ୍ଗୁ ଗାଡିରେ ବସାଇ କଣ୍ଟ୍ରୋଲ ରୁମ୍‌କୁ ନେଇଯାଇଥିଲେ ।

ସୂତ୍ରାନୁସାରେ, ମହାକାଳ ମନ୍ଦିରରେ ମୁତୟନ ଥିବା ଜଣେ ହୋମଗାର୍ଡ ବିକାଶକୁ ପ୍ରଥମେ ଦେଖିଥିଲେ । ଏନେଇ ପ୍ଲାଟୁନ୍ କମାଣ୍ଡର ରୁବୀ ଯାଦବଙ୍କୁ ସୂଚନା ଦିଆଯାଇଥିଲା ।  ସେ ଏସପିଙ୍କୁ ଏନେଇ ଜଣାଇଥିଲେ । ଏହାପରେ ବିକାଶକୁ ଗିରଫ କରାଯାଇଥିଲା ।

ଉଜ୍ଜୟନୀରେ ତିଓ୍ୱାରୀନାମକ ଜଣେ ବ୍ୟକ୍ତିର ସଂପର୍କରେ ବିକାଶ ରହିଥିଲା । ବିକାଶ ଗିରଫଦାରୀର ଏକ ଫଟୋ ୟୁପି ପୋଲିସକୁ ପଠାଯାଇଛି । ଏହାପରେ ଗିରଫ ବ୍ୟକ୍ତି ବିକାଶ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ବୁଧବାର ଫରିଦାବାଦ ଓ ଏନସିଆର ଲୋକେସନରେ ଥିବା ବିକାଶ ଉଜ୍ଜୟନୀ କିପରି ଗଲା ତାକୁ ନେଇ ବଡ ପ୍ରଶ୍ନ ସାମ୍ନାକୁ ଆସିଛି । ଏବେ ଉଜ୍ଜୟନୀ ପୋଲିସ ତାକୁ ଜେରା କରୁଛି । ତାହାର ଟ୍ରାନଜିଟ୍ ରିମାଣ୍ଡ କରାଯିବ । କିଛି ସମୟ ପରେ ଉଜ୍ଜୟନୀ ପୋଲିସ ସମସ୍ତ ଘଟଣାର ତଥ୍ୟ ଦେବ ବୋଲି ଜଣାପଡିଛି ।

wp:core-embed/wordpress {"url":"http://www.prameyanews7.com/vikas-dubey-has-been-arrested-in-ujjain/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/vikas-dubey-has-been-arrested-in-ujjain/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.