‘ପୋଲିସ କାର୍ ଓଲଟାଇ ସରକାର ଓଲଟପାଲଟକୁ ରୋକିଦେଲେ’, ବିକାଶ ଦୁବେର ଏନକାଉଣ୍ଟରକୁ ପ୍ରଶ୍ନ କଲେ ଅଖିଳେଶ

Published By : Prameya-News7 Bureau | July 10, 2020 IST

କାନପୁର, ୧୦।୦୭:  କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ନାହିଁ । ଜାଣିଶୁଣି ଏପରି କରାଯାଇଛି । ବିକାଶ ଦୁବେର ଏନକାଉଣ୍ଟର ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ସମାଜବାଦୀ ପାର୍ଟୀ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ମୋଷ୍ଟଓ୍ୱାଣ୍ଡେଡ୍ ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି । କାନପୁରର ବିକରୁ ଗ୍ରାମରେ ଗତ ୨ ତାରିଖରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବିକାଶ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା । ଉଜ୍ଜୟିନୀରୁ କାନପୁର ନେବା ବାଟରେ ଫେରାର ହେବାକୁ ଚେଷ୍ଟା କରିଥିଲା ବିକାଶ । ତେଣୁ ପୋଲିସକୁ ବାଧ୍ୟ ହୋଇ ଏନକାଉଣ୍ଟର କରିବାକୁ ପଡିଥିଲା ।

wp:html /wp:html

ଏନକାଉଣ୍ଟର ପରେ ରାଜନୀତି ଆରମ୍ଭ ହୋଇଯାଇଛି । କାରଣ ବିକାଶର ବହୁ ନେତା, ବିଶିଷ୍ଟ ବ୍ୟକ୍ତି, ବିଧାୟକ ଓ ବ୍ୟବସାୟୀଙ୍କ ସହ ଭଲ ସମ୍ପର୍କ ଥିଲା । ବିକାଶକୁ ଜେରା କରିଥିଲେ ଏହି ଭଦ୍ରମୁଖା ପିନ୍ଧାଙ୍କ ନାଁ ଉଜାଗର ହେବାର ସମ୍ଭାବନା ଥିବା ବିରୋଧି ଅଭିଯୋଗ କରିଛନ୍ତି । ତେଣୁ ବିକାଶକୁ ଏନକାଉଣ୍ଟର କରିଦିଆଯାଇଛି ।

ଅଖିଳେଶ ଯାଦବ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ନାହିଁ । ଜାଣିଶୁଣି ଏପରି କରାଯାଇଛି  । ବିକାଶକୁ ଜେରା କରାଯାଇଥିଲେ ଅନେକ ରହସ୍ୟ ଉପରୁ ପରଦା ହଟିଥାନ୍ତା । ବଡ ବାବୁଙ୍କ ଲିଙ୍କ୍ ଜଣାପଡିଥାନ୍ତା । ସରକାରଙ୍କୁ ଅଡୁଆରେ ନପକାଇବା ପାଇଁ ଏହି ଅନକାଉଣ୍ଟର କରାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.