Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

‘ମୋ ସ୍ୱାମୀ ହେଲେ ବି ସାମ୍ନାରେ ପଡିଥିଲେ ମୁଁ ଗୁଳି କରି ଦେଇଥାନ୍ତି, ଭାଗ୍ୟ ଭଲ ଥିଲା ବୋଲି ବଞ୍ଚି ଯାଉଥିଲା’- ବିକାଶ ଦୁବେ ସମ୍ପର୍କରେ ତାଙ୍କ ପତ୍ନୀଙ୍କ ମନ୍ତବ୍ୟ ଥିଲା ଏପରି

23/07/2020 at 9:27 PM

ଲକ୍ଷ୍ନୌ, ୨୩|୦୭:ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି । ବିକାଶର ମୃତ୍ୟୁକୁ ଅନେକ ଦିନ ବିତିଗଲାଣି । ଗୁରୁବାର ଏହି ଗ୍ୟାଙ୍ଗଷ୍ଟର ବାବଦରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ରିଚା ।

ରିଚା କହିଛନ୍ତି ଯେ, ସେ ବସଷ୍ଟାଣ୍ଡରେ ଥିଲେ ଓ ଏକ ଟିଭି ତାଙ୍କ ସମ୍ମୁଖରେ ଲାଗିଥିଲା । ସେ ଟିଭିରୁ ହିଁ ବିକାଶର ଏନକାଉଣ୍ଟର ବାବଦରେ ଜାଣିବାକୁ ପାଇଥିଲେ । ବିକାଶ ତାଙ୍କ ବଡ ଭାଇଙ୍କ ସାଙ୍ଗ ଥିଲା । ୨୩ ବର୍ଷ ପୂର୍ବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ଅନେକ ସମୟରେ ବିକାଶଙ୍କୁ ଲଢେଇ ଓ ଝଗଡା ନକରିବାକୁ କହୁଥିଲେ ।

ସେ ଆହୁରି କହିଛନ୍ତି ଯେ, ଶିଶୁଙ୍କୁ କେବଳ ସେ ଲାଳନପାଳନ କରୁଥିଲେ । ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ପିଲାଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ଦୂରରେ ରଖୁଥିଲେ । ସେ ଶିଶୁଙ୍କୁ ଦେଖା କରିବାକୁ ଗ୍ରାମକୁ ଯାଉଥିଲେ । କାରଣ ପିଲାମାନେ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲେ । ଅପରାଧର ଛାଇ ସେ ଶିଶୁଙ୍କ ଉପରେ ପଡିବାକୁ ଦେଉନଥିଲେ । ତେବେ ବିକାଶ ପାଇଁ ଯେଉଁ ପୋଲିସ କର୍ମୀଙ୍କ ପରିବାର ଛାରଖାର ହୋଇଯାଇଛି ସେମାନଙ୍କ ପ୍ରତି ରିଚା ସମବେଦନା ଜଣାଇଛନ୍ତି । ଏପରିକି ବିକାଶ ଯଦି ତାଙ୍କ ସମ୍ମୁଖରେ ଥାନ୍ତେ ତେବେ ସେ ନିଜେ ଗ୍ୟାଙ୍ଗଷ୍ଟରକୁ ଗୁଳି କରିଦେଇଥାନ୍ତେ । କାରଣ ୧୭ଟି ଘର ଭାଙ୍ଗିବା ଅପେକ୍ଷା ଗୋଟିଏ ଘର ଭାଙ୍ଗିଲେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ବିକାଶର କୋଟି କୋଟି ଟଙ୍କାର ସମ୍ପତ୍ତି ନେଇ ସେ କହିଛନ୍ତି ଯେ, ଏହା ମିଛ କଥା । ଯଦି କୋଟିକୋଟି ଟଙ୍କା ଥାନ୍ତା ତେବେ ସେ ଛୋଟ ଘରେ ରହୁନଥାନ୍ତେ । ବିଦେଶରେ ରହୁଥାନ୍ତେ । ଏବେ ସେ ନିଜର ଦୁଃଖ ବୟାନ କରିପାରୁ ନାହାଁନ୍ତି । କେବଳ ଘର ଭିତରେ ହିଁ ରହୁଛନ୍ତି । ବିକାଶର ଭାଗ୍ୟ ଭଲ ଥିଲା ତେଣୁ ସେ ପୂର୍ବରୁ ଅନେକ ଥର ବର୍ତ୍ତି ଯାଇଛି । ତେବେ ବିକାଶର କାହା ସହ କଣ ସମ୍ପର୍କ ଥିଲା ସେ କିଛି ଜାଣିନଥିବା କହିଛନ୍ତି ।

   Related Posts