ଝାରସୁଗୁଡା ଜିଲ୍ଲାରେ ନୂଆ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିକାଶ ଦାସ
1/01/2021 at 6:00 PM

ଝାରସୁଗୁଡା୧/୧: ଝାରସୁଗୁଡା ଜିଲ୍ଲାରେ ନୂଆ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିକାଶ ଦାସ। ବର୍ତ୍ତମାନର ଏସପି ରାହୁଲ ପିଆର ଯାଜପୁର ଜିଲ୍ଲାକୁ ବଦଳି ହେବା ପରେ ଭଦ୍ରକର ଅତିରିକ୍ତ ଏସ୍ପି ବିକାଶ ଦାସଙ୍କୁ ଝାରସୁଗୁଡାର ନୂତନ ଏସପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ।
ଶୁକ୍ରବାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରି ଜିଲାର ସବୁ ଥାନା ଅଧିକାରୀଙ୍କ ସହ ବରିଷ୍ଠ ପଦାଧିକାରୀଙ୍କୁ ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଛନ୍ତି। ଏହାପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଜିଲ୍ଲାର ଆଇନଶୃଙ୍ଖଳା ଦାୟିତ୍ୱକୁ ସୂଚାର ରୂପେ ପରିଚାଳନା ସହ ଏକ ଟିମ୍ ଭଳି ସମସ୍ତେ ନିଜର ଦାୟିତ୍ୱ ସମ୍ପାଦନ କରିବା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଜିଲ୍ଲାର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021