Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବୋଲେରୋ ସହ ୪ଜଣଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ, ଏହା ଥିଲା ନୃଶଂସ ହତ୍ୟାକାଣ୍ଡ ପଛର କାରଣ

13/03/2020 at 2:48 PM

ବିକାନେର ୧୩।୩: ରାଜସ୍ଥାନର ବିକାନେର ଜିଲ୍ଲାର ନୋଖା ଥାନା ଅଞ୍ଚଳରେ କାରରେ ଥିବା ୪ ଜଣଙ୍କ ଉପରେ ପେଟ୍ରୋଲ ଢାଳି ଜାଳିଦେବା ମାମଲା ପର୍ଦ୍ଦାଫାଶ ହୋଇଛି । ପୋଲିସ ଏହି ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୁରେଶ ବିଷ୍ଣୋଇ, ଜୋରଭପୁରା ନୋଖା, ଗୋବିନ୍ଦଦାନ ଚରଣ ବିକାସର, ରିଛପାଲ ବିଷ୍ଣୋଇ ଜସରାସର, ସୁଭାଷ ବିଷ୍ଣୋଇ କଦସୁ ଗାଁର ବାସିନ୍ଦା। ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।

ବିକାନେର ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରଦୀପ ମୋହନ ଶର୍ମା କହିଛନ୍ତି ଯେ, ୨୦୨୦ ମସିହା ମାର୍ଚ୍ଚ ୮ ତାରିଖ ଦିନ ରାତି ପ୍ରାୟ ସାଢେ ୪ଟା ବେଳେ ନୋଖା ପୋଲିସ ଷ୍ଟେସନ ପଛ ଗଳିରେ ୪ଜଣ ଯୁବକ ଏକ ବୋଲେରୋରେ ପେଟ୍ରୋଲ ଢାଳି ୪ଜଣଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡି ପଳାଇ ଯାଇଥିଲେ।

ଏହି ଘଟଣାରେ କାରରେ ବସିଥିବା ଜଣେ ବ୍ୟକ୍ତି ଶାନ୍ତିଲାଲ ବୋଥ୍ରାଙ୍କୁର ନିଆଁ ଲାଗିବା କାରଣରୁ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଥାନା ଅଧିକାରୀଙ୍କ ଭଗବାନସାହ ମିଣାଙ୍କୁ ଦାୟିତ୍ବରେ ଅବହେଳା ଯୋଗୁଁ ନିଲମ୍ବିତ କରାଯାଇଥିଲା। ଏଥି ସହ ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଅଧୀକ୍ଷକ, ଅତିରିକ୍ତ ଅଧୀକ୍ଷକ ସୁଶୀଲ କୁମାରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରିଥିଲେ। ଏହି ପୋଲିସ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରି ଭିନ୍ନ ଭିନ୍ନ ସ୍ଥାନରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ବିକାନେର ଏସପି ପ୍ରଦୀପ ମୋହନ ଶର୍ମା କହିଛନ୍ତି ଯେ, ଡିସେମ୍ବର ୨୦୧୯ରେ ଅଭିଯୁକ୍ତ ରିଛପାଲ ଓରଫ ଫୌଜି ଏବଂ ସୁରେଶଙ୍କର ଅଭିଯୋଗକାରୀ ବିକାଶ ସେଓ୍ବଗ ଏବଂ ତାଙ୍କ ସାଥୀ ଶାନ୍ତିଲାଲ ବୋଥ୍ରା, ପୃଥ୍ବୀ ସିଂହ ଓ ଅଜିତ ସିଂହଙ୍କ ସହ ବିବାଦ ଉପୁଜିଥିଲା । ଏହି ବିବାଦ ଯୋଗୁଁ ଅଭିଯୋଗକାରୀ ଗୋଷ୍ଠୀ ଅଭିଯୁକ୍ତଙ୍କ ଗୋଷ୍ଠୀଙ୍କୁ ମାରପିଟ୍ କରିଥିଲେ । ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିଲେ। ଘଟଣାର ମାଷ୍ଟରମାଇଣ୍ଡ ରିଛପାଲ ଓରଫ ଫୌଜି ଏବଂ ସୁରେଶ । ସେମାନେ ଘଟଣାର ଗୋଟିଏ ଦିନ ପୂର୍ବରୁ ସୁରେଶଙ୍କ ଘରେ ଘଟଣା ଘଟାଇବାକୁ ଯୋଜନା କରିଥିଲେ।

   Related Posts