ବକେୟା ବିଜୁଳି ବିଲ୍‌ ଆଦାୟ କରିବାକୁ ଯାଇ କର୍ମଚାରୀ ହଟହଟା, ମାଡ ମାରିବା ସହ ଠେଲାପେଲା : ଥାନାରେ ଅଭିଯୋଗ

Published By : Prameya-News7 Bureau | February 18, 2020 IST

ଉଦଳା ୧୮।୦୨: ବକେୟା ବିଜୁଳି ବିଲ୍  ଆଦାୟ କରିବାକୁ ଯାଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ନିସ୍ତୁକ ମାଡ । ମୟୂରଭଞ୍ଜ ଖୁଣ୍ଟା ଡିଭିଜନର ଘଟଣା । ବକେୟା ବିଦ୍ୟୁତ ବିଲ୍ ପୈଠ ନ କରିଲେ ବିଜୁଳି କାଟ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା ।  ଖୁଣ୍ଟା ଡିଭିଜନର ନାଉପଦା ଗାଁରେ ବିଜୁଳି ବିଲ୍ ଆଦାୟ କରିବା ପାଇଁ ଖୁଂଟା ବିଦ୍ୟୁତ୍ ବିଭାଗର ଏସଡିଓ ପ୍ରଶାନ୍ତ କୁମାର ମାନ୍ନା, ନେସ୍କୋ ବାରିପଦା ଭିଜିଲାନ୍ସ ବିଭାଗର ମ୍ୟାନେଜର ଦୀପକ କୁମାର ଦାସ, ଲାଇନ୍ ମ୍ୟାନ୍ ଦୀପ୍ତିକାନ୍ତ ଭୂୟଁ।, ହେଲପର ଦୟାନିଧି ମହାନ୍ତି ଯାଇଥିଲେ ।

{"id":225772,"sizeSlug":"large"}

ନାଉଗାଁର ଶାନ୍ତନୁ କୁମାର ନାଏକଙ୍କ ଉପରେ ୩ହଜାର ୩୧ଟଙ୍କା ବଦ୍ୟୁତ ବିଲ୍ ବାକିଥିଲା । ଏହି ବକେୟା ବିଲ୍ ପୈଠ କରିବାକୁ ବିଦ୍ୟୁତ କର୍ମଚାରୀମାନେ କହିଥିଲେ ।  ତେବେ ସେ ବକେୟା ବିଲ୍ ପୈଠ ନକରିବାରୁ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ଏହା ପରେ ଶାନ୍ତନୁ ନାଏକ ଏବଂ ତାଙ୍କ ପରିବାର ସଦସ୍ୟମାନେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଗାଁ ଦାଣ୍ଡରେ ମାଡ ମାରିବା ସହିତ ଠେଲାପେଲା କରିଥିଲେ ।

{"id":225773,"sizeSlug":"large"}

ବିଜୁଳି ବିଭାଗ କର୍ମଚାରୀଙ୍କୁ ମାଡ ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲା । ଏନେଇ ଶାନ୍ତନୁଙ୍କ ପରିବାର ବିରୋଧରେ ଖୁଂଟା ଥାନାରେ ଲିଖିତ ଅଭିଯୋଗ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.