ବାତ୍ୟା ଘରଭଙ୍ଗା ରିର୍ପୋଟ ପ୍ରସ୍ତୁତିରେ ବିଜୁ ଯୁବବାହିନୀ ହେବେ ସାମିଲ, କେଁ ବାହାର କଲେ ବିରୋଧୀ

Published By : Prameya-News7 Bureau | May 18, 2019 IST

ଭୁବନେଶ୍ବର୧୮|୫: ଫୋନିରେ ଘର ଭାଙ୍ଗିଥିବା ହତିଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ସରାକର ତରତର । ହେଲେ ସରକାରଙ୍କୁ  ଘର ଭଙ୍ଗା ରିର୍ପୋଟ ପ୍ରସ୍ତୁତିରେ ବିଜୁ ଯୁବବାହିନୀଙ୍କୁ ସାମିଲ କରିବାକୁ ନେଇ କେଁ ବାହାର କରିଛନ୍ତି ବିରୋଧୀ।

{"id":113297}

ବିଜୁ ଯୁବବାହିନୀ ଭଙ୍ଗା ଘର ଚିହ୍ନଟ କଲେ ସ୍ବଚ୍ଛତା ରହିବିନି। ପୁଣି ଦଳୀୟ ଭି୍ତ୍ତିରେ ଘର ବଣ୍ଟା ହେବ ବୋଲି ଆଶାଙ୍କା କରିଛନ୍ତି ବିଜେପି ଓ କଂଗ୍ରେସ। ତେଣୁ ତାଙ୍କୁ ଏଥିରୁ ବାଦ ଦେବାକୁ ଦାବି କରିଛନ୍ତି ବିରୋଧୀ। ସରକାର ଯୁକ୍ତି ଜିଓ ଟାଗିଂ କରିବାକୁ ଅଧିକ କର୍ମଚାରୀ ଆବଶ୍ୟକ ରହିଛି। ତେଣୁ ତାଙ୍କୁ ସାମିଲ କରାଯାଇଛି।…

{"id":113294}

ଫୋନିରେ ଭାଙ୍ଗିଥିବା ଘର  ଚିହ୍ନଟ କରିବ ବିଜୁ ଯୁବ ବାହିନୀ । ଘରଘର ବୁଲି ଚିହ୍ନଟ କରି ଜିଓ ଟାଗିଂ କରିବେ । ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଛନ୍ତି ବିରୋଧୀ ।ପ୍ରଶ୍ନ କରିଛନ୍ତି ଫୋନି ସମୟରେ କେଉଁଠି ଥିଲେ ଯୁବବାହିନୀ। ରାସ୍ତାରେ ଉପରେ ଗଛ ପଡିଲାବେଳେ ଏମାନଙ୍କର ଦେଖାନଥିଲା । ଏ​‌ବେ କୁଆଡୁ ଆସିଲେ । ସେମାନେ କ୍ଷତିଗ୍ରସ୍ତଙ୍କ ଘର ଚିହ୍ନଟ କଲେ ସ୍ବଚ୍ଛତା ରହିବନି।

{"id":113298}

ଦଳୀୟ ଭିତ୍ତିରେ ପୁଣି ଘର ବଣ୍ଟା ହେବ। ପ୍ରକୃତ ହିତାଧିକାରୀ ବାଦ ପଡିବେ ବିରୋଧୀ ଅଭିଯୋଗ କରିଛନ୍ତି । କଂଗ୍ରେସ ନେତା ତାରାପ୍ରସାଦ ବାହିନୀ ପତି ଚେତାବନୀ ଶୁଣାଇ କହିଛନ୍ତି ଯଦି ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତିରେ  ବିଜୁଯୁବ ବାହିନୀ ସାମିଲା ହୁଅନ୍ତି  ତେବେ ବିଧାନସଭା ଆରମ୍ଭ ହେଲେ ହଙ୍ଗମା ହେବ ।

{"id":113295}

ସେପଟେ ସରାକରଙ୍କ  ଯୁକ୍ତି ୨୨ ତାରିଖ ସୁଦ୍ଧା  କ୍ଷତିଗ୍ରସ୍ତଙ୍କ ଘର ଭଙ୍ଗା ରିର୍ପୋଟ ପ୍ରସ୍ତୁତ ହେବ। କେବଳ ଯୁବବାହୀନୀ ନୁହେଁ  ଜିଲ୍ଲା ଓ ବ୍ଲକ ସମସ୍ତ ଅଧିକାରୀଙ୍କୁ ସମିଲ କରିବା ସହ ଦରକାର ପଡିଲେ  ସ୍ଥାନୀୟ ଯୁବକ ଯୁବତୀକୁ ସମିଲା କରିବାକୁ ନିର୍ଦେଶ ଦିଆଯାଇଛି।

{"id":113299}

ଏଥିପାଇଁ ମଧ୍ୟ ଏକ ଆପ୍‌ର ଡେଭଲପ କରାଯାଇଛି। ଜିଓ ଟାଗିଂ ଲଗାଇଲେ ଏହାକୁ ସ୍କାନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଯୋଡି ହେବ । ସ୍ବଚ୍ଛତା ରହିବ । ଜଣେ ଯେମିତି କ୍ଷତିଗ୍ରସ୍ତ ବାଦ ନ ପଡନ୍ତି ମୁଖ୍ୟମନ୍ତ୍ରୀ  ନିର୍ଦେଶ ଦେଇଛନ୍ତି। ତୁରନ୍ତ ଘର ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ବିଜୁ ଯୁବବାହିନୀଙ୍କୁ ସାମିଲ କରାଯାଇଛି। କୌଣସି ଅସୁବିଧା ହେବ ନାହିଁ ।

{"id":113296}

ଫୋନିରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ଜୁନ ୧ରୁ କାର୍ଯ୍ୟଦେଶ ପ୍ରଦାନ କରାଯିବ।  ତେଣୁ ଯେମିତି ଏଥିରେ ଅନିୟମିତାତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦେଶ ରହିଛି। କିନ୍ତୁ ବିଜୁ ଯୁବ ବାହାନୀ ଯେଉଁଭଳି ଭାବେ  ପୂର୍ବରୁ କାର୍ଯ୍ୟକରିଛି ସେଥିପାଇଁ ଘର ଭଙ୍ଗା ଚିହ୍ନଟ ପ୍ରକ୍ରିୟା ସମିଲା ହେବାକୁ  ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

{"id":113300}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.